www.samajalive.in
Sunday, December 7, 2025
14.1 C
Bhubaneswar

ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ସୁପରଷ୍ଟାର ଦୀପିକା ପାଦୁକୋନେଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍‌, ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିବା ସୁପରଷ୍ଟାର ତଥା ଯୁବ ଆଇକନ ଦୀପିକା ପାଦୁକୋନେଙ୍କୁ ନିଜ ବ୍ରାଣ୍ଡ୍‌କୁ ସ୍ୱାଗତ କରିଛି । ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ନିମନ୍ତେ ଉଭୟଙ୍କର ସମାନ ପ୍ରତିବଦ୍ଧତା ଉପରେ ପାଦୁକୋନେ ଆଡିଡାସ୍‌ ସହିତ ନିବିଡ ଭାବରେ ମିଶି କାର୍ଯ୍ୟ କରିବେ । ଏ ସମ୍ପର୍କରେ ପ୍ରକାଶ କରି ଦୀପିକା ପାଦୁକୋନେ କହିଛନ୍ତି, ଜଣେ କ୍ରୀଡାବିତ ଭାବେ ଏବଂ କ୍ରୀଡାରେ ଅଂଶଗ୍ରହଣ କରିବା ତାଙ୍କ ବ୍ୟକ୍ତିତ୍ୱକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ଏବଂ ଆଜି ସେ ଯାହା ହୋଇଛି, ସେହି ବ୍ୟକ୍ତି ଭାବରେ ତାଙ୍କୁ ଗଢିତୋଳିବାରେ ସହାୟକ ହୋଇଛି । ଏହା ତାଙ୍କୁ ଏଭଳି ମୂଲ୍ୟବୋଧ ଶିକ୍ଷା ଦେଇଛି ଯାହା ଜୀବନର ଅନ୍ୟ କୋ÷ଣସି ଅଭିଜ୍ଞତାରୁ ମିଳିପାରିନଥାନ୍ତା । ସଂପ୍ରତି ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ତାଙ୍କ ଜୀବନଚର୍ଯ୍ୟାର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ବ୍ରାଣ୍ଡ୍‌ ଆଡିଡାସ୍‌ ଇଣ୍ଡିଆର ସିନିୟର ଡାଇରେକ୍ଟର ସୁନିଲ ଗୁପ୍ତା କହିଛନ୍ତି, ଆଡିଡାସ୍‌ ପରିବାର ସହିତ ଦୀପିକା ଯୋଗଦେବା ନେଇ ସେମାନେ ଉଲ୍ଲସିତ ଏବଂ ସମ୍ମିଳିତ ଭାବରେ ସେମାନେ ଅଧିକରୁ ଅଧିକ ମହିଳା ଯେଭଳି ସେମାନଙ୍କ ଠାରେ ରହିଥିବା ସମ୍ଭାବନାକୁ ଦେଖିପାରିବେ ଏବଂ ତାହା ସାକାର କରିବେ, ସେଥିପାଇଁ ସେମାନଙ୍କୁ ପ୍ରେରଣା ଦେବାକୁ ସେମାନେ ଆଶା କରୁଛନ୍ତି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories