www.samajalive.in
Sunday, December 7, 2025
26.1 C
Bhubaneswar

ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ଚାକିରି ଛାଡିବେ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ୨୦୨୨ ଜାନୁଆରୀରେ ତାଙ୍କର ଚାକିରି ଛାଡିବେ । ଏହାପରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଫେରିବେ ବୋଲି ଆଇଏମଏଫ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗୀତା ୨୦୧୯ରେ ଆଇଏମଏଫରେ ଯୋଗଦେଇଥିଲେ ଏବଂ ସେ ଏହି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ତାଙ୍କ ଛୁଟିକୁ ଏକ ସ୍ୱତନ୍ତ୍ର ନୀତି ଆଧାରରେ ଆଉ ଏକ ବର୍ଷ ବୃଦ୍ଧି କରିଥିଲେ । ପଳରେ ସେ ତିନିବର୍ଷ ପାଇଁ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ।
ଏହି ପଦବୀରେ ନିଯୁକ୍ତି ପାଇବା ପୂର୍ବରୁ ଗୀତା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ଷ୍ଟଡିଜ ଆଣ୍ଡ ଇକୋନୋମିକ୍ସରେ ପ୍ରାଧ୍ୟାପିକା ଭାବରେ କାର୍ଯ୍ୟ କରୁଥିଲେ । ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜିଓର୍ଜିଏଭା କହିଛନ୍ତି, ଗୀତାଙ୍କର ଆଇଏମଏଫ ପ୍ରତି ଯଥେଷ୍ଟ ଅବଦାନ ରହିଛି । ଆଇଏମଏଫର କାର୍ଯ୍ୟକାରିତା ଉପରେ ତାଙ୍କର ଉଲ୍ଲେଖନୀୟ ପ୍ରଭାବ ପଡିଛି । ଏହି ମୁଦ୍ରପାଣ୍ଠିର ସମସ୍ତ ବିଭାଗରେ ମଧ୍ୟ ଗୀତା ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । କୋଭିଡ-୧୯ ମହାମାରୀକି କିଭଳି ସମ୍ପୂର୍ଣ୍ଣ ଭାବରେ ଦୂର କରାଯାଇପାରିବ ସେ ସମ୍ପର୍କିତ ଏକ ଗବେଷଣାତ୍ମକ ପତ୍ରରେ ଗୀତା ମଧ୍ୟ ସହ ଲେଖିକା ଅଛନ୍ତି ଏବଂ ବିଶ୍ୱବ୍ୟାପୀ ଟିକାକରଣ ନିମନ୍ତେ ରଖାଯାଇଥିବା ଲକ୍ଷ୍ୟ ସମ୍ପର୍କରେ ଏହି ପତ୍ରରେ ଉଲ୍ଲେଖ କରାଯାଇଛି, ଯାହାକୁ ଗୀତା ଦୃଢ ଭାବରେ ସମର୍ଥନ କରିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories