www.samajalive.in
Sunday, December 14, 2025
19.1 C
Bhubaneswar

ପାକ ଗୁଇନ୍ଦା ମୁଖ୍ୟ ନିଯୁକ୍ତି ବିବାଦ; ଆଇଏସଆଇ ମୁଖ୍ୟଦପ୍ତର ଗସ୍ତକଲେ ବାଜୱା

ଇସଲାମାବାଦ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ମୁଖ୍ୟ ପଦବୀ ପୂରଣକୁ ନେଇ ଇମ୍ରାନ ଖାଁ ସରକାର ଏବଂ ଦେଶର ସବୁଠାରୁ ଶକ୍ତିଶାଳୀ ବିବେଚିତ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବାଜୱା ଚଳିତ ଅକ୍ଟୋବର ୧୮ ତାରିଖରେ ଆଇଏସଆଇ ମୁଖ୍ୟଦପ୍ତର ଗସ୍ତ କରିଥିଲେ । ପୂର୍ବରୁ ଅକ୍ଟୋବର ୬ ତାରିଖରେ ପାକିସ୍ତାନ ସେନା ଘୋଷଣା କରିଥିଲା ଯେ ଲେଫଟନାଣ୍ଟ ଜେନେରାଲ ଅହମଦ ଅଞ୍ଜୁମଙ୍କୁ ଆଇଏସଆଇର ନୂଆ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି । ଏହି ଉଚ୍ଚସ୍ତରୀୟ ନିଯୁକ୍ତି ପରେ ଇମ୍ରାନ ଖାଁ ଅସନ୍ତୋଷ ପ୍ରକାଶ କରିବା ସହିତ ସେନା ମୁଖ୍ୟଙ୍କୁ କହିଥିଲେ ଯେ ଆଇଏସଆଇ ମହାନିର୍ଦ୍ଦେଶକ ଫଇଜ ହମିଦଙ୍କୁ ପରିବର୍ତ୍ତନ କରାଯିବା ଠିକ୍‌ ହୋଇନାହିଁ ।
ତେବେ ଆଇଏସଆଇର ନୂତନ ମୁଖ୍ୟ ନିଯୁକ୍ତି ନେଇ ଇମ୍ରାନଙ୍କର ଏଭଳି ଅସନ୍ତୋଷକୁ ନେଇ ସରକାରୀ ସ୍ତରରେ କିଛି କୁହାଯାଇନଥିଲେ ମଧ୍ୟ ପାକ ସୂଚନା ମନ୍ତ୍ରୀ ଫୱାଦ ଚୌଧରୀ ଅକ୍ଟୋବର ୧୨ ତାରିଖରେ ପ୍ରମୁଖ ପଦବୀରେ ନିଯୁକ୍ତିକୁ ନେଇ ମତପାର୍ଥକ୍ୟ ରହିଥିବା ସ୍ୱୀକାର କରିଥିଲେ । ଅନ୍ୟପକ୍ଷରେ ପାକ ସେନା ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଜେନେରାଲ ବାଜୱା ଆଇଏସଆଇ ମୁଖ୍ୟଦପ୍ତର ଗସ୍ତ କରିଥିଲେ ଏବଂ ସେଠାରେ ତାଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ହମିଦ ସ୍ୱାଗତ କରିଥିଲେ । ଗୁଜରନୱାଲା କର୍ପସର ନୂତନ କମାଣ୍ଡର ଭାବରେ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଆମର ଦାୟିତ୍ୱ ନେବାପରେ ବାଜୱା ଆଇଏସଆଇ ମୁଖ୍ୟ ଦପ୍ତର ଗସ୍ତ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ଆଇଏସଆଇ ମୁଖ୍ୟ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନେତା ମରିୟମ ନୱାଜ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫଇଜ ଅହମଦଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଯୋଜନା କରିଥିଲେ । କାରଣ ସେ ଜାଣିଥିଲେ, ଯଦି ଆଇଏସଆଇର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ ହୁଅନ୍ତି ତେବେ ତାଙ୍କ ସରକାର ତାସ ଘର ଭଳି ଭୁଷୁଡି ପଡିବ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories