www.samajalive.in
Sunday, December 7, 2025
26.1 C
Bhubaneswar

ଟି-୨୦ରେ ୪ଟି ବଲ୍‌ରେ ୪ଟି ୱିକେଟ : କାମ୍ଫର ୩ୟ ବୋଲର

ଆବୁଧାବି : ‌ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ କେବଳ ହ୍ୟାଟ୍ରିକ୍ ନୁହେଁ; କ୍ରମାଗତ ୪ଟି ବଲ୍‌ରେ ୪ଟି ୱିକେଟ ନେବାରେ ବିଶ୍ବର ୩ୟ ବୋଲର ହୋଇଛନ୍ତି ଆୟରଲାଣ୍ଡର ପେସ୍‌ ବୋଲର କର୍ଟିସ୍ କାମ୍ପର। ସୋମବାର ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ୪ଟି ବଲ୍‌ରେ ୪ଟି ୱିକେଟ ନେଇଛନ୍ତି କାମ୍ଫର। ପୂର୍ବରୁ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୪ଟି ବଲ୍‌ରେ ୪ଟି ୱିକେଟ ନେଇଥିଲେ ଆଫ୍‌ଗାନିସ୍ତାନର ରସିଦ୍ ଖାଁ ଓ ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା। ସୋମବାର ନେଦରଲାଣ୍ଡ୍‌ସ ଇନିଂସର ୧୦ ଓଭରର ୨ୟ, ୩ୟ, ୪ର୍ଥ ଓ ୫ମ ବଲ୍‌ରେ କର୍ଟିସ୍ କାମ୍ଫର ୪ଟି ବଲ୍‌ରେ ୪ଟି ୱିକେଟ ନେଇଥିଲେ। ୨ୟ ବଲ୍‌ରେ ଆୟରଲାଣ୍ଡ୍‌ର କଲିନ୍‌ ଆକରମ୍ୟାନ୍‌ ୱିକେଟ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିବା ବେଳେ ୩ୟ ବଲ୍‌ରେ ରିୟାନ୍ ଟେନ୍ ଡୋସ୍କାଟେ୍‌ ଓ ୪ର୍ଥ ବଲ୍‌ରେ ସ୍କଟ୍‌ ଏଡ୍‌ୱାର୍ଡର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୫ମ ବଲ୍‌ରେ ରୋଏଲ୍‌ଫ ଭାନ୍ ଡର ମର୍‌ୱେ ବୋଲ୍‌ଡ ହୋଇଥିଲେ। ୨୦୧୯ ଫେବୃୟାରୀରେ ଡେରାଡୁନ୍‌ରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନର ରସିଦ୍ ଖଁା ଆୟରଲାଣ୍ଡର କେଭିନ୍ ଓ’ବ୍ରାଇନ୍‌, ଜର୍ଜ ଡକ୍ରେଲ, ସେନ୍ ଜେଫ୍‌ଟେକ ଓ ସିମି ସିଂହଙ୍କୁ କ୍ରମାଗତ ୪ଟି ବଲ୍‌ରେ ଆଉଟ କରିଥିଲେ। ସେହିବର୍ଷ ପାଲ୍ଲେକେଲେରେ ଖେଳା ଯାଇଥିବା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରମାଗତ ୪ଟି ବଲ୍‌ରେ କଲିନ୍ ମନ୍‌ରୋ, ହାମିସ୍ ରଦରଫୋର୍ଡ, କଲିନ୍ ଡି ଗ୍ରାଣ୍ଡହୋମ୍ ଓ ରସ୍ ଟେଲରଙ୍କୁ ଆଉଟ କରିଥିଲେ। ଏହି ମ୍ୟାଚ୍‌ରେ ୧୦୦ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ୱିକେଟ ନେଇଥିବା ମାଲିଙ୍ଗା ୬ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories