www.samajalive.in
Monday, December 15, 2025
27.1 C
Bhubaneswar

ବିଜେଡିର ତୈଳ ଦର ବୃଦ୍ଧି ପ୍ରତିବାଦ ବେଳେ ଗୁଳି ମାଡ ଅଭିଯୋଗ

ଭୁବନେଶ୍ବର: ଶୁକ୍ରବାର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଛକରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଆଜି ସକାଳେ ବିଜେଡି କର୍ମୀ ତୈଳ ଦର ବୃଦ୍ଧିକୁ ନେଇ ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ ଚଳାଇଥିବା ବେଳେ ପୁଲିସ୍ ଉପସ୍ଥିତିରେ ଏହି ଅଘଟଣ ଘଟିଛି । ଉଭୟ ଗୋଷ୍ଠୀ ବିଜେଡି ଦଳର ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଫାଙ୍କା ଗୁଳି ଚାଳନା ହୋଇଥିବା ଜଣାପଡିଛି ।

କିଛି ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିବା ଶିଶୁପାଳଗଡର ରବିନ୍ଦ୍ର ପାତ୍ରଙ୍କୁ ଦଳ ଅନ୍ୟ ଜଣେ କର୍ମୀ ଚିନ୍ମୟ ବଡଜେନା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ ସଭା ଚାଲିଥିବା ବେଳେ ଚିନ୍ମୟ ବଡଜେନା ଏକ ବୋଲେର ଗାଡିରେ ଆସି ପ୍ରଥମେ ରବିନ୍ଦ୍ରଙ୍କୁ ପାଖକୁ ଡାକିଥିଲେ ଓ ପରେ ଫାଙ୍କା ଗୁଳି ଚଳାଇ ସେଠାରୁ ଫେରାର ହୋଇ ଯାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରବିନ୍ଦ୍ର ପାତ୍ର ଓ ତାଙ୍କର ସହଯୋଗୀମାନେ ଟାୟାର ଜାଳି ୩୧୬ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ପରେ ଘଟଣାସ୍ଥଳରେ ଧଉଳି ଆଇଆଇସି, ଏସିପି ଓ ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତ୍ୟକ୍ତକର୍ମୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏନେଇ ଧଉଳି ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କ ଗିରଫ ଦାବିରେ ରବିନ୍ଦ୍ର ପାତ୍ର ଓ ତାଙ୍କର କର୍ମୀମାନେ ଧଉଳି ଥାନାରେ ଧାରଣା ଦେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ, ରବିନ୍ଦ୍ର ପାତ୍ର ବିଜେପି କର୍ମୀ ଥିବା ବେଳେ ନୂଆ ବର୍ଷ ଉତ୍ସବ ପାଳନର ଶେଷ ରାତିରେ ରବିନ୍ଦ୍ର ଓ ଚିନ୍ମୟ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଭୋଜିଭାତକୁ ନେଇ ଶିଶୁପାଳଗଡ ଓ ନୂଆଗାଁର ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସେମାନଙ୍କ ମଧ୍ୟରେ ବହୁ ବାର ହେବା ସହ ଉଗ୍ର ରୂପ ମଧ୍ୟ ନେଇଥିଲା। ଏଥିରେ ୪ରୁ ୫ ଜଣ ଆହତ ହୋଇଥିଲେ ଏବଂ ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିଲା । ଏକ ସପ୍ତାହ ଧରି ଉଭୟ ଗ୍ରାମରେ ପୁଲିସ ମୁତୟନ କରାଯାଇଥିଲା। ଏହି ଘଟଣାର କିଛି ଦିନ ପରେ ରବିନ୍ଦ୍ର ପାତ୍ର ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ହେଲେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥମି ନ ଥିଲା । ଯାହା ଆଜି ତୈଳ ଦର ବୃଦ୍ଧି ପ୍ରତିବାଦ ବେଳେ ଦେଖିବାକୁ ମିଳିଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories