www.samajalive.in
Monday, December 15, 2025
17.1 C
Bhubaneswar

କଲକାତା କ୍ବାଲିଫାୟର-୨ରେ ; ଆର୍‌ସିବିର ବିଦାୟ

ଶାରଜା : ଚଳିତ ଆଇପିଏଲ୍‌ରେ କ୍ବାଲିଫାୟର-୨ରେ ପ୍ରବେଶ କରିଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ସୋମବାର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୪ ୱିକେଟରେ କଲକାତା ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ଓପ୍‌ନରଙ୍କ ଉପଯୋଗୀ ଯୋଗଦାନ ବଳରେ ଆର୍‌ସିବି ୭ ୱିକେଟରେ ୧୩୮ ରନ୍‌ କରିଥିଲା। ପରେ ୨ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ କଲକାତା ବିଜୟୀ ହୋଇଥିଲା। ଏହି ପରାଜୟ ସହ ବିରାଟ କୋହଲିଙ୍କ ଦଳ ଆର୍‌ସିବି ବିଦାୟ ନେଇଛି। ବୁଧବାର ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ କଲକାତା କ୍ବାଲିଫାୟର-୨ ମ୍ୟାଚ୍‌ ଖେଳିବ; ଯାହାର ବିଜେତା ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷରେ ଶୁକ୍ରବାର ଫାଇନାଲ ଖେଳିବ।
ଚମତ୍କାର ଢଙ୍ଗରେ କଲକାତା ନାଇଟ ରାଇଡର୍ସ ୧୩୯ ରନ୍‌ର ପିଛା ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ୪୧ ରନ୍‌ କରିବା ପରେ ଶୁବ୍‌ମାନ ଗିଲ୍‌ ୧୮ବଲ୍‌ରୁ ୪ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇଥିଲେ। ପରେ ରାହୁଲ ତ୍ରିପାଠୀ ୬ ରନ୍‌କରି ବିଦାୟ ନେଇଥିଲେ। ସ୍ବାଭାବିକ ବ୍ୟାଟିଂ କରି ପାରିନଥିବା ଭେଙ୍କଟେଶ ଆୟର ୩୦ ବଲ୍‌ରୁ ଗୋଟିଏ ଛକା ସହ ମାତ୍ର ୨୬ ରନ୍‌ କରିଥିଲେ। ବାମହାତି ରାଣା ୨୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌ କରିଥିଲେ। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୭ ବଲ୍‌ରୁ ୧୪ ରନ୍ ଆବଶ୍ୟକ ଥିବା ବେଳେ ନାରାୟଣ ଆଉଟ ହୋଇଥିଲେ। ବାମହାତି ନାରାୟଣ ୧୫ ବଲ୍‌ରୁ ୩ଟି ଛକା ସହ ୨୬ ରନ୍‌ କରିଥିଲେ। ଦିନେଶ କାର୍ତ୍ତିକ ୧୦ ରନ୍ କରି ପାରିଥିଲେ। କଲକାତା ଶେଷ ୨ ଓଭରରେ ୧୨ ଏବଂ ଶେଷ ଓଭରରେ ୭ ରନ୍ ଆବଶ୍ୟକ କରୁଥିଲା। ୪ଟି ବଲ୍‌ରେ ବିଜୟଲକ୍ଷ୍ୟ ହାସଲ ହୋଇଥିଲା। ଅଧିନାୟକ ଇଓନ୍‌ ମୋର୍ଗାନ୍ ୫ ଓ ସାକିବ୍‌ ଅଲ୍‌ ହାସନ୍‌ ୯ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ସିରାଜ୍, ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ଆକ୍ରମଣ କରି ୫ ଓଭରରେ ୪୯ ରନ୍‌ର ଭାଗିଦାରୀ କରିଥିଲେ। ୧୮ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌କରି ବାମହାତି ପାଡିକଲ ଆଉଟ ହୋଇଥିଲେ। ପରେ ରନ୍‌ଗତି ଧିମେଇ ଯାଇଥିଲା। ଶ୍ରୀକର ଭାରତ ୧୬ ବଲ୍‌ରୁ ମାତ୍ର ୯ ରନ୍ କରି ପାରିଥିଲେ। ୧୩ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ବିରାଟ କୋହଲି ୩୩ ବଲ୍‌ରୁ ୫ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ। ଦୁଇ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ ଓ ଏବି ଡି’ଭିଲିଅର୍ସ ନା ବଡ଼ ସଟ୍‌ ମାରିଥି​‌େ​‌ଲ ନା ବଡ଼ ଇନିଂସ ଖେଳି ପାରିଥିଲେ। ଡି’ଭିଲିଅର୍ସ ୯ ବଲ୍‌ରୁ ଗୋଟିଏ ଚୌକା ସହ ୧୧ ରନ୍‌ କରିଥିଲେ। ଅଷ୍ଟ୍ରେଲୀୟ ମ୍ୟାକ୍ସୱେଲ ୧୮ ବଲ୍‌ରୁ ଗୋଟିଏ ଚୌକା ସହ ୧୫ ରନ୍‌ କରି ବିଦାୟ ନେଇଥିଲେ। ଡାନ୍‌ କ୍ରିଷ୍ଟିଆନ୍ ୯ ରନ୍‌ କରିଥିବା ବେଳେ ହର୍ଷଲ ପଟେଲ ୮ ରନ୍‌କରି ଅପରାଜିତ ଥିଲେ। ସୁନୀଲ ନାରାୟଣ ୪ ଓଭରରୁ ମାତ୍ର ୨୧ ରନ୍‌ଦେଇ ୪ଟି ୱିକେଟ​‌ ନେଇଥିଲେ। ଲୋକି ଫର୍ଗୁସନ୍ ୨ଟି ୱିକେଟ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories