www.samajalive.in
Monday, December 15, 2025
16.1 C
Bhubaneswar

କଣ୍ଟିଆଗଡ଼ ଗ୍ରାମରୁ ସୁନା,ରୁପା ଅଳଙ୍କାର ଓ ଦାମି ମୋବାଇଲ ଚୋରି ଅଭିଯୋଗ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୁତ୍ତ ମାନେ ସୁନା, ରୁପା ଅଳଙ୍କାର ଓ ଦାମି ମୋବାଇଲ ଚୋରି କରି ଚମ୍ପଟ ମାରିଥିବା ହୁମ୍ମା ଫାଣ୍ଡିରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ମିଳିଥିବା ସୁଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରରେ କାଳୁ ପଲାଇଙ୍କ ପରିବାର ଦାଣ୍ଡଘରେ ଶୋଇଥିବା ବେଳେ ଏହା ର ସୁଯୋଗ ନେଇ ଦୁର୍ବୁତ୍ତମାନେ ଘରେ ପଶି ମଝି ଘରେ ଥିବା ଟିଣ ପେଡିଟିକୁ ଉଠାଇ ନିକଟସ୍ଥ ଜଙ୍ଗଲ ମଧକୁ ନେଇ ଯାଇଥିଲେ। ସେଥିରେ ରହିଥିବା ୧୦ ଗ୍ରାମ ଓଜନର ସୋରିସିଆ ମାଳି, ୫ଗ୍ରା ଓଜନର ମଙ୍ଗଳସୁତ୍ର, ଗୋଟିଏ ମୁଦି ସୁନା ଅଳଙ୍କାର ସହ କିଛି ନଗଦ ଟଙ୍କା ଚୋରି କରି ନେଇଯାଇଥିବା ବେଳେ ପେଡିଟିକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇ ଥିଲେ। ସେହିପରି ଗ୍ରାମର ଏକ ଅର୍ଦ୍ଧ ନିର୍ମିତ ଘରେ କିଛି ଯୁବକ ଶୋଇଥିବା ବେଳେ ଅନୀଲ ପ୍ରଧାନ ଓ ଅଜୟ ପ୍ରଧାନଙ୍କ ଦାମି ମୋବାଇଲ ମଧ୍ୟ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories