www.samajalive.in
Monday, December 15, 2025
14.1 C
Bhubaneswar

ରାଉରକେଲାରେ କୋଭିଡ୍ ସତର୍କତା ଭିତରେ ପାଳନ ହେବ ପୂଜା

ରାଉରକେଲା: ରାଉରକେଲା ସହରରେ ପୂଜା ପାଳନ ସମୟରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ। ଏହା ସହିତ ଭସାଣି, ଧାର୍ମିକ ଶୋଭାଯାତ୍ରା, ଦାଣ୍ଡିଆ ନାଇଟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଥିବାରୁ ସମସ୍ତ ଜନସାଧାରଣ, ପୂଜା କମିଟିର କର୍ମକର୍ତ୍ତା ଏଥିରେ ସହଯୋଗ କରିବାକୁ ନିଗମ ପକ୍ଷରୁ କୁହାଯାଇଛି। ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଜନସାଧାରଣଙ୍କୁ ଅପିଲ କରିଛନ୍ତି।

- Advertisement -

ପୂଜା ସମୟରେ ରାଉରକେଲା ସହରର ବିଭିନ୍ନ କ୍ଲବ, ପୂଜା କମିଟି, ହୋଟେଲ, କଲ୍ୟାଣ ମଣ୍ଡପ ଆଦି ସ୍ଥାନରେ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥାଏ। ତେବେ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ଏଭଳି କାର୍ୟ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ମହାନଗର ଓ ଷ୍ଟିଲ ଟାଉନସିପ ଅଂଚଳରେ କୌଣସି ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ନକରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

କୋଭିଡ୍ ପାଇଁ ଏଥର ଆଡ଼ମ୍ବରପୂର୍ଣ୍ଣ ଭାବେ ପୂଜା ଆୟୋଜନ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପୂଜାମଣ୍ଡପଗୁଡ଼ିକରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସାମ୍ନା ପଟ ମଧ୍ୟ କପଡ଼ା ଦ୍ୱାରା ଆଚ୍ଛାଦିତ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପୂଜା ସମୟରେ ୭ ଜଣ ରୁ ଅଧିକ ବ୍ୟକ୍ତି ମଣ୍ଡପରେ ଉପସ୍ଥିତ ରହିବେ ନାହିଁ ବୋଲି କୁହାଯାଇଛି। ପୂଜା ସମୟରେ ଯେପରି କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ନହୁଏ ସେଥିଲାଗି ପୂଜା କମିଟିର କର୍ମକର୍ତ୍ତା ବିଶେଷ ଧ୍ୟାନ ଦେବେ। ପୂଜା ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ରାଉରକେଲା ସହରରେ ପୂଜା ଆୟୋଜନ କରିବାକୁ ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories