www.samajalive.in
Sunday, December 14, 2025
17.1 C
Bhubaneswar

‘ପୋଷାକରେ ପ୍ରଦର୍ଶିତ ହେଲା ଭାରତୀୟ କଳାକୃତି’

ଭୁବନେଶ୍ୱର : ଉତ୍ସବରେ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ମନରେ ଥାଏ ଉତ୍ସାହ। ପାର୍ବଣରେ ବିଭିନ୍ନ ସୁନ୍ଦର ପୋଷାକ ପରିଧାନ କରି ନିଜକୁ ପରଶି ଦେବାପାଇଁ ପସନ୍ଦ କରିଥାନ୍ତି ସମସ୍ତେ। ପୋଷାକକୁ ଆକର୍ଷଣୀୟ କରିବା ନିମନ୍ତେ ଫ୍ୟାସନ୍ ଡ଼ିଜାଇନରମାନେ ପୋଷାକକୁ ଦେଇଥାନ୍ତି ନୂଆ ନୂଆ ରୂପ। ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷରେ ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର ରନ୍ୱେ ୱିକ୍ର ପଞ୍ଚମ ସଂସ୍କରଣ ବଛାବଛା ଡ଼ିଜାଇନର୍ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନର ପୋଷାକ ପ୍ରଦର୍ଶନ କରିଥିଲେ।  ଭୁବନେଶ୍ୱର ରନ୍ୱେ ୱିକରେ ଯୋଗଦେଇଥିବା ଡ଼ିଜାଇନରମାନଙ୍କ ମଧ୍ୟରେ “ଲେବେଲ୍ ଋତୁପର୍ଣ୍ଣୋ” ବ୍ରାଣ୍ଡର ଡ଼ିଜାଇର ମନିଷା ଋତୁପର୍ଣ୍ଣା ପଞ୍ଚଭୂତକୁ ନେଇ “ନକ୍ଷତ୍ର” ଡ଼ିଜାଇନ୍ ପ୍ରଦର୍ଶିତ କରିଥିଲେ। “ଟାସା ଉଇଙ୍ଗସ୍”ର ସିପ୍ରା ଏବଂ ଶାଶ୍ବତୀଙ୍କ ଦ୍ୱାରା ପ୍ରସ୍ତୁତ “ଗ୍ଲାମର୍” ଡ଼ିଜାଇନର ପୋଷାକ ପରିବେଷଣ କରାଯାଇଥିଲା। “ଲେବେଲ୍ ବାହାର୍” ବ୍ରାଣ୍ଡର ଲୋପାମୁଦ୍ରା ଓ ପ୍ରିୟା ହ୍ୟାଣ୍ଡଲୁମ ଶାଢୀରେ ଓଡ଼ିଶାର ପଟ୍ଟଚିତ୍ର ମୋଗଲ୍ କଳାକୃତି, ରାଜସ୍ଥାନର ଲୋକକଳା ଓ ମହାରାଷ୍ଟ୍ରର ପାଶ୍ଚାତ୍ୟ କଳାକୃତିର ପ୍ରଦର୍ଶିତ କରିଥିଲେ।

 

- Advertisement -

“ସୁଚୀନନ୍ଦା ବୁଟିକ୍” ବ୍ରାଣ୍ଡ୍ର ଡ଼ିଜାଇନ୍ର ସୁଚିନନ୍ଦାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଗାଉନ୍ ଖୁବ୍ ଆକର୍ଷଣୀୟ ହୋଇଥିଲା। “ରିମ୍ଲି ଡ଼ିଜାଇନ୍ ଷ୍ଟୁଡ଼ିଓ”ର ଡ଼ିଜାଇନର ରିମ୍ଲି ମହାନ୍ତିଙ୍କ ଦ୍ୱାରା ବିବାହ ଓ ପାର୍ବଣ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଡ଼ିଜାଇନ୍ “ନାଭ୍ୟା” ପ୍ରଦର୍ଶିତ କରାଯାଇଥିଲା। ସେହିପରି “ଷ୍ଟୁଡ଼ିଓ ଏମ୍” ବ୍ରାଣ୍ଡ୍ର ମିନତୀ ସାବତଙ୍କ ଦ୍ୱାରା ପ୍ରସ୍ତୁତ ଏମ୍ରୋଡ଼ୋରିର ଆକର୍ଷଣୀୟ ଡ଼ିଜାଇନ୍ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ସିନେ ଷ୍ଟାର ପ୍ରିୟା ଚୌଧୁରୀଙ୍କ ଦ୍ୱାରା ଲେଭଲ ବାହାର, ୨୦୧୮ ମସିହାର ମିସ୍ ଇଣ୍ଡିଆ ୟୁନିଭର୍ସ ନେହାଲ ଚୁଡା ସମା, ଓ ମିନତି ସାବତଙ୍କ ଦ୍ୱାରା ଷ୍ଟୁଡ଼ିଓ ଏମ୍ ଡ଼ିଜାଇନ ସୋ କେସ୍ କରାଯାଇଥିଲା। ଅଡ଼ି ଭୁବନେଶ୍ୱର ସ୍କିପର୍ସ, ଆପକି ସଖି ଡାଇମଣ୍ଡସଙ୍କ ସହଯୋଗରେ ଭୁବନେଶ୍ୱର ରନୱେ ୱିକର ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ଡ଼ିଜାଇନର ପୋଷାକ ପ୍ରଦର୍ଶିତ କରାଯାଇଥିଲା। ଡ଼ିଜାଇନରମାନଙ୍କ ଦ୍ୱାରା ପ୍ରଦର୍ଶିତ ରାମ୍ପ ଶୋରେ ଦର୍ଶକ ବିମୋହିତ ହେବା ସହ କଳାକୃତିକୁ ଭୂୟସୀ ପ୍ରଶଂସା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories