www.samajalive.in
Sunday, December 7, 2025
26.1 C
Bhubaneswar

ସୁଗନ୍ଧିତ ଫସଲ ମୂଲ୍ୟଯୁକ୍ତ ସାମଗ୍ରୀର ଲୋକାର୍ପଣ କାର୍ଯ୍ୟକ୍ରମ

ନବରଙ୍ଗପୁର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ବିଜ୍ଞାନ ସାମଗ୍ରୀ ଓ କାରିଗରୀ ବିଦ୍ୟା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଉନ୍ନତି ପ୍ରକଳ୍ପ ଜରିଆରେ ସୁଗନ୍ଧିତ ଫସଲର ମୂଲ୍ୟଯୁକ୍ତ ସାମଗ୍ରୀ ଲୋକାର୍ପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ଯୋଗ ଦେଇ ଜିଲ୍ଲାର ଅର୍ଥନୀତିରେ ସୁଗନ୍ଧିତ ଫସଲ ଚାଷ ଦ୍ଵାରା ଚାଷୀମାନେ ଅଧିକ ଲାଭବାନ ହେବା ସହ ଉଦ୍ୟୋଗୀ ହୋଇପାରିବେ ବୋଲି କହିଥିଲେ ।

ଏହି କାର୍ୟ୍ୟକ୍ରମରେ ଜାତୀୟ ଗୁଲ୍ମ ଜୈବ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ ଦିଲ୍ଲୀର ନିର୍ଦ୍ଦେଶକ ଡ. ଅଜିତ୍ କୁମାର ଶାସନି ଯୋଗ ଦେଇ ଲେମ୍ବୁ ଘାସ, ଜାପାନୀ ପୋଦିନା ପତ୍ରର ତେଲରେ ବିଭିନ୍ନ ପ୍ରକାରର ଔଷଧିୟ ଗୁଣ ଭରି ରହିଛି ଏବଂ ଏଥିରୁ ଅନେକ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହେବା ସଙ୍ଗେ ସଙ୍ଗେ ଅନେକ ଉଦ୍ୟୋଗୀ ହୋଇପାରିବେ ବୋଲି କହିଥିଲେ । ଆତ୍ମାର ଉପ ନିର୍ଦେଶକ କୋମଳ ଲୋଚନ ନାୟକ ଯୋଗ ଦେଇ କହିଥିଲେ ଜିଲାରେ ଲେମ୍ବୁ ଘାସ, ତୁଳସୀ, ବେଣାଚେର, ଜାପାନୀ ପୋଦିନା ଚାଷ କରି ନବରଙ୍ଗପୁରର ଚାଷୀ ଜିଲ୍ଲାକୁ ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି। ଅନ୍ୟମାନେ ଏହାକୁ ଆପଣାଇଲେ ନିଶ୍ଚିତ ଭାବେ ଆୟ ବୃଦ୍ଧି ପାଇବା ସହିତ ଅନେକ ଉଦ୍ୟୋଗୀ ହୋଇ ପାରିବେ ବୋଲି ସେ କହିଥିଲେ । ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ. ପ୍ରଦୋଷ କୁମାର ପଣ୍ଡା ଯୋଗ ଦେଇ ଉଦ୍ୟାନ କୃଷି ଯୋଜନାରେ ଅନେକ ରିହାତି ରହିଛି ଏବଂ ଏହାର ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ଲକ୍ଷ୍ନୌର ପ୍ରଧାନ ବୈଜ୍ଞାନିକ ଡ. ପ୍ରଶାନ୍ତ କୁମାର ରାଉତ ଯୋଗ ଦେଇ ନବରଙ୍ଗପୁର ଜିଲ୍ଲାରେ ସୁଗନ୍ଧି ଫସଲ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଥିବା ବେଳେ ଚାଷୀ ମାନେ ଏହାର ପତ୍ରରୁ ବାହାରୁଥିବା ତେଲରୁ ଅନେକ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ବୋଲି କହିଥିଲେ । କେନ୍ଦ୍ରୀୟ ଔଷଧିୟ ଓ ସୁଗନ୍ଧି ଫସଲ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଇ. ଅଶ୍ୱିନୀ ଦୀପକ୍ ନାନୱରେ ଯୋଗ ଦେଇ ସୁଗନ୍ଧି ପତ୍ରର ପ୍ରକ୍ରିୟାକରଣ ଦିଗରେ ଉପୁଜିଥିବା ସମସ୍ୟାର ସମାଧାନ ସମ୍ପର୍କରେ କହିଥିଲେ । ଓରମାସ୍ ଉପ କାର୍ଯ୍ୟନିର୍ବାହୀ ଏ ଉମା ମହେଶ ଯୋଗ ଦେଇ ଆସନ୍ତା ଦିନରେ ସୁଗନ୍ଧି ଫସଲ ସାମଗ୍ରୀର ବଜାର ବ୍ୟବସ୍ଥା ଦିଗରେ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ । ଅନୁଗୋଳର ଉଦ୍ୟୋଗୀ ଅଶୋକ ସତପଥି, ଢେଙ୍କାନାଳର ଉଦ୍ୟୋଗୀ ଗୌତମ ମହାନ୍ତି ତାଙ୍କର ସଫଳତା ସମ୍ପର୍କରେ କହିଥିଲେ । ଏହି କାର୍ୟ୍ୟକ୍ରମରେ ଆରୋମା ଡିଫ୍ୟୁଜର, କାର୍ ଡିଫ୍ୟୁଜର, ଜାପାନୀ ତେଲ ଓ ଲେମ୍ବୁଘାସ ତେଲର ମୂଲ୍ୟଯୁକ୍ତ ସାମଗ୍ରୀ ଲୋକାର୍ପଣ ହୋଇଥିଲା । ଏହି କାର୍ୟ୍ୟକ୍ରମକୁ ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ପରିଚାଳନା କରିଥିଲେ । ବିଭିନ୍ନ ଜିଲ୍ଲାର ୫୦ ଜଣ ଚାଷୀ ଉଦ୍ୟୋଗୀ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଏଥିରେ କିପରି ଅଧିକ ବଜାର ଚାହିଦା ବୃଦ୍ଧି ପାଇବା ସହ ଲାଭବାନ ହେବେ ସେ ବିଷୟରେ ଅନେକ ତଥ୍ୟ ଶିକ୍ଷା ଲାଭ କଲେ।

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories