ପଣସକୁ ରାଜ୍ୟ ଫଳ ମାନ୍ୟତା
ତିରୁଅନନ୍ତପୁରମ: ପଣସକୁ କେରଳ ସରକାର ରାଜ୍ୟ ଫଳ ଭାବେ ମାନ୍ୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଏ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ‘କେରଳ ପଣସ’ ମାର୍କାକୁ ଦେଶ ବିଦେଶରେ ଲୋକପ୍ରିୟ କରିବାକୁ ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ପଣସ ଚାଲାଣ କରି ବର୍ଷକୁ ୧୫,୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷିମନ୍ତ୍ରୀ ସୁନିଲ କୁମାର କହିଛନ୍ତି।