www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ଶିଶୁ ଯତ୍ନ ଅନୁଷ୍ଠାନରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଶୁଭାରମ୍ଭ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ଥିତ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ ପରିସରରେ ପୋଷ୍ୟ ସନ୍ତାନଗ୍ରହଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଏହି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଟି ପ୍ରମୁଖ ଭୂମିକା ଗ୍ରହଣ କରିବ ତଥା ଯେଉଁ ଅଭିଭାବକମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛୁକ ସେମାନେ ମଧ୍ୟ ସନ୍ତାନ ପାଇବା ପାଇଁ ଏହି ଅନୁଷ୍ଠାନଟି ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ହସ ଫୁଟାଇବା ତଥା ସେମାନଙ୍କର ଶିକ୍ଷା ଓ ସୁରକ୍ଷା ଯୋଗେଇଦେବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରୟାସ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ। କୌଣସି ବି ଶିଶୁ ଯେମିତି ଯତ୍ନ ଓ ସୁରକ୍ଷାରୁ ବଞ୍ଚିତ ନହେବେ ତଥା ଅବହେଳିତ ହେବେ ନାହି ସେଥିପ୍ରତି ଯତ୍ନବାନ ହେବାକୁ ଅନୁଷ୍ଠାନର କର୍ମକର୍ତା ତଥା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ ପ୍ରଶାସନ ସମସ୍ତ ସହଯୋଗ ଦେବାପାଇଁ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ୱାଇସିଡିଏ ବାଉଁଶୁଣୀର ମୁଖ୍ୟ ରାଜେନ୍ଦ୍ର ମେହେର ଯୋଗଦେଇ ପୋଷ୍ୟ ସନ୍ତାନ ଅଧିନିୟମ ୨୦୧୭ ଓ କିସର ନିୟମ ଆଇନରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥା ତଥା ପୋଷ୍ୟ ସନ୍ତାନ ଗ୍ରହଣର ସମସ୍ତ ନିୟମ, ଅଭିଭାବକଙ୍କ ଯୋଗ୍ୟତା ତଥା ଆଇନ ସମନ୍ଧୀୟ ସମସ୍ତ ଦିଗ ଉପରେ ସୂଚନା ଦେଇଥିଲେ ଏବଂ କ୍ରେଡ଼ଲେ ବେବୀ ରିସେପ୍ଶନ ସେନ୍ଟରର କାର୍ୟ୍ୟକାରିତା ଏବଂ ଏହାର ଆବଶ୍ୟକତା ଉପରେ କହିଥିଲେ।

- Advertisement -

ଅନ୍ୟତମ ଅତିଥି ଭାବରେ ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଯୋଗଦେଇ କୌଣସି ବି ଶିଶୁକୁ ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ନ ଫୋପାଡି ସିଧାସଳଖ ଜିଲ୍ଲା ପ୍ରଶାସନ କୁ ସମର୍ପଣ କରିବା ପାଇଁ ସୂଚନା ଦେଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ହରଭଙ୍ଗା ବିଶ୍ଵଜିତ ମିଶ୍ର ଯୋଗ ଦେଇ ଏହି ଅନୁଷ୍ଠାନ ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା କରିବି ବୋଲି କହିଥିଲେ ଏବଂ ବ୍ଲକ ଉନୟନ ଅଧିକାରୀ ସୁବାଶ ଚନ୍ଦ୍ର ଯାନୀ ଯୋଗଦେଇ ଆଗାମୀ ଦିନରେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୋହଯୋଗ କରିବେ ବୋଲି କହିଥିଲେ । କାର୍ୟ୍ୟକ୍ରମକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ସଂଯୋଜନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନର ଆବଶ୍ୟକତା ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ସୁରେନ୍ଦ୍ର ପ୍ରଧାନ, ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ସିଡିପିଓ ହରଭଙ୍ଗା, ସଦସ୍ୟ ଶିଶୁ ମଙ୍ଗଳ ସମିତି, ଅନୁଷ୍ଠାନର ଜଗଦୀଶ ହୋତା ପ୍ରମୁଖ ଉପସ୍ଥିତ ଥିବାବେଳେ ଜୟଶ୍ରୀ ସରାଫ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories