ଜେଏପି ସାଂସଦ ପପୁ ଯାଦବଙ୍କୁ ଆକ୍ରମଣ

0

ମୁଜଫରପୁର : ଏସ୍‍ସି/ଏସ୍‍ଟି ଆଇନ ବିରୋଧରେ ଗୁରୁବାର ଭାରତ ବନ୍ଦ ପାଳନ ବେଳେ ଜନ ଅଧିକାର ପାର୍ଟି (ଜେଏପି) ନେତା ଏବଂ ସାଂସଦ ପପୁ ଯାଦବଙ୍କ ଉପରେ ଆକ୍ରମଣ ହୋଇଛି। ମୁଜଫରପୁର ନିକଟ ଖବରାରେ ପପୁଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହେଇଛି। ଆକ୍ରମଣ ପରେ ପପୁ କାନ୍ଦି କାନ୍ଦି କହିଥିଲେ ଯେ ତାଙ୍କୁ ଜାତି ପଚାରି ଆକ୍ରମଣ କରାଯାଇଥିଲା। କେବେବି ଜାତି ଆଧାରରେ ରାଜନୀତି କରିନାହାନ୍ତି, କିନ୍ତୁ ତାଙ୍କ ସହ ଏପରି ଘଟଟଣାକୁ ସେ ଦୁଃଖ ଦାୟକ ବୋଲି କହିଛନ୍ତି।
ସୂଚନା ଅନୁସାରେ ମୁଖ୍ୟ ରାସ୍ତା ବନ୍ଦ କାରଣରୁ ପପୁ ଯାଦବ ସକରି ସେ ଖବରା ଗ୍ରାମ ରାସ୍ତା ଦେଇ ମଧୁବନି ଯାଉଥିଲେ। କିନ୍ତୁ ଖବରା ମନ୍ଦିର ନିକଟରେ ଏନ୍‍ଏଚ୍‍-୨୮ ବନ୍ଦ ଥିବାରୁ ସେ ଆଗକୁ ଯାଇପାରି ନ ଥିଲେ। ସେଠାରେ ପପୁଙ୍କ ସମର୍ଥକ ଏବଂ ରାସ୍ତା ଅବରୋଧ କରିଥିବା ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବନ୍ଦ ସମର୍ଥକମାନେ ପପୁ ଏବଂ ତାଙ୍କ ସହ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ପପୁ ଆହତ ହୋଇଛନ୍ତି।

Leave A Reply