www.samajalive.in
Monday, December 15, 2025
14.1 C
Bhubaneswar

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ, ଅଶ୍ୱିନୀ ପଣ୍ଡା ଟପ୍ପର

କଟକ : ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାଫଳ ୨୦୧୯ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ  ଅଶ୍ୱିନୀ କୁମାର ପଣ୍ଡା  ଟପ୍ପର ହୋଇଛନ୍ତି । ସେହିପରି ଅଙ୍କୁର ଅଭିଳାଶ ଦ୍ବିତୀୟ ଏବଂ ରଶ୍ମିରେଖା ପାତ୍ରଙ୍କୁ ତୃତୀୟ ରାଙ୍କ ମିଳିଛି। ଏଥର ଓପିଏସି ଓଏଏସ ପରୀକ୍ଷାରେ ୧୫୩ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୫୩ଜଣ ମହିଳା ରହିଛି। କୋଭିଡ-୧୯ କାରଣରୁ ଏହା ବିଳମ୍ବ ହୋଇଥିଲା। ଯାହା କାର୍ଯ୍ୟସୂଚୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା।  ଓଏଏସରେ ୩୦ ଟି ପଦବୀ, ଓଏଫଏସ ରେ ୯ଟି ପଦବୀ, ଓପିଏସ ୭, ଓସିଏସ-୫, ଓଆରଏସ (ଗ୍ରୁପ-ବି) ୮୨ ଏବଂ ଓଟି ଏବଂ ଏଏସ-୨୦ରେ ଖାଲି ଥିଲା।

ଓପିଏସି୧୫୩ ପ୍ରାର୍ଥୀଙ୍କୁ ସୁପାରିଶ କରିଛି। ସଫଳ ପ୍ରାର୍ଥୀ ତାଲିକାରେ ଶ୍ରୀ ପଣ୍ଡା ଶୀର୍ଷରେ ଥିବାବେଳେ ତିନିଜଣ ମହିଳା ପ୍ରାର୍ଥୀ ଶ୍ରେଷ୍ଠ ଦଶରେ ଅଛନ୍ତି। ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଓଏଏସ ପରୀକ୍ଷା ଲାଗି ୪୭୭୧୯ଆବେଦନ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ମୋଟ ୨୫୭୮୦ଜଣ ଗତ ବର୍ଷ ମାର୍ଚ୍ଚ ୧୫ରେ ଅନୁଷ୍ଠିତ ପ୍ରାଥମିକ ପରୀକ୍ଷା ଦେଇଥିଲେ। ୧୮୮୦ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷା ଲାଗି ଯୋଗ୍ୟ ହୋଇଥିଲେ ।  ସେମାନଙ୍କ ମଧ୍ୟରୁ ୧୬୧୦ଜଣ ଡିସେମ୍ବର ୨୦୨୦ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଦେଇଥିଲେ। ସାକ୍ଷାତକାର ପାଇଁ ୩୦୭ ପ୍ରାର୍ଥୀଙ୍କୁ ଡକାଯାଇଥିଲା। ଯାହାକି ୨୨ସେପ୍ଟେମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ୯ଦିନ ପର୍ଯ୍ୟନ୍ତ ଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories