www.samajalive.in
Monday, December 15, 2025
15.1 C
Bhubaneswar

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ନେଇ ଥାନାରେ ଅଭିଯୋଗ ଦେଲେ ବାପା

ମୋହନା : ରାଜ୍ୟରେ ଏବେ ଦିନକୁ ଦିନ  ନାବାଳିକା ଅପହରଣ ବଢିବାରେ ଲାଗିଛି ତ କେଉଁଠି ବିବାହର ପ୍ରଲୋଭନ ଦେଖାଇ ନାବାଳିକା- ସାବାଳିକା ମାନଙ୍କ ସହ ଦୁଷ୍କର୍ମ ହେଉଛି । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ନିଖୋଜ ନେଇ ନାବାଳିକାଙ୍କ ବାପା ମନୋରଞ୍ଜନ ଘଡେଇ ଅଡ଼ବା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପ୍ରକାରେ ଗତ ୩୦ରେ ତାଙ୍କ ଝିଅ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ଆଉ ଘରକୁ  ଫେରି ନଥିଲେ । ବହୁ ଖୋଜା ଖୋଜି କରିବା ପରେ ଝିଅକୁ ନ ପାଇ ଥାନାର ଆଶ୍ରୟ ନେଇଥିଲେ। ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ତାଙ୍କ ଟିମ ବହୁ ଖୋଜାଖୋଜି କରି ସେହି ଦିନ ହିଁ  ନଳାଘାଟ ଫାଣ୍ଡି ଅଞ୍ଚଳରୁ ନିଖୋଜ ନାବାଳିକା ଓ ଯୁବକଙ୍କୁ ଉଦ୍ଧାର କରି ନାବାଳିକାଙ୍କ ପରିବାରକୁ ଡକାଇ ଡାକ୍ତରୀ ମାଇନ ପାଇଁ ଉଭୟଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
ଅପରପକ୍ଷେ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ଏକ ହଷ୍ଟେଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ ଥିବା ନେଇ ପ୍ରଧାନ ଶିକ୍ଷୟତ୍ରୀ ଅଡ଼ବା ଥାନାରେ  ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ଛାତ୍ରୀ ଜଣକ ବିଦ୍ୟାଳୟ ଖୋଲିବା ବେଳେ ହଷ୍ଟେଲକୁ ଆସିଥିଲେ ଏବଂ ତାଙ୍କ ଚାଲିଚଳନ ଏବଂ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି କରି ପ୍ରଧାନ ଶିକ୍ଷୟତ୍ରୀ  ସେହି ଝିଅ ଉପରେ ନଜର ରଖିଥିଲେ। ସନ୍ଦେହ ହେବାରୁ ପ୍ରଧାନ ଶିକ୍ଷୟତ୍ରୀ ସେହି ଝିଅଟିର ଡାକ୍ତରୀ ପରୀକ୍ଷା କରି ଜାଣିବାକୁ ପାଇଥିଲେ ସେ ୫ ମାସର ଗର୍ଭବତୀ ଅଛନ୍ତି । ସଙ୍ଗେ ସଙ୍ଗେ ଉକ୍ତ ଛାତ୍ରୀଙ୍କୁ ପଚରାଉଚରା କରିବା ପରେ ଜାଣିବାକୁ ପାଇଥିଲେ ଅଡ଼ବା ଥାନା ଅଞ୍ଚଳର ନିଜ ଗ୍ରାମର ଜନୈକ ଯୁବକଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ରହିଥିଲା । ଏ ନେଇ ଅଡବା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା।  ଅଡ଼ବା ଥାନାରେ ମାମଲା ରୁଜୁ କରି ଛାତ୍ରୀ ଜଣଙ୍କୁ ଡାକ୍ତରୀ ମାଇନ କରି ପାରଳାଖେମୁଣ୍ଡି ସିଡବ୍ଲ୍ୟସିକୁ ପଠାଯାଇଥିବା ଅଡବା  ଥାନା ଅଧିକାରୀ ଶ୍ରୀ ପାତ୍ର ସୁଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories