www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶୀ ମଦ ଜବତ ; ୩ଗିରଫ

ଚୌଦ୍ୱାର : ଚୌଦ୍ୱାର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବହୁ ମାତ୍ରାରେ ବେଆଇନ ଦେଶୀ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶଂକରପୁର ଗ୍ରାମର ବୁଲୁ ରାଉତ, ବଡ଼ସାମନ୍ତରାପୁର ଗ୍ରାମର କାର୍ତ୍ତିକ ରାଉତ ଓ ପ୍ରକାଶ ରାଉତ । ପ୍ରାପ୍ତ ସୂଚନା ଅନୁସାରେ ଶଂକରପୁର ଓ ବଡ଼ସାମନ୍ତରାପୁର ଗ୍ରାମରେ ଚୋରାମଦ ବ୍ୟବସାୟ ଚାଲିଥିବା ଖବର ପାଇ ଚୌଦ୍ୱାର ଅବକାରୀ ଅଧିକାରୀ ଥାପ୍ପା ମାରାଣ୍ଡି ସଦଳବଳେ ଉଭୟ ଗ୍ରାମରେ ଚଢ଼ଉକରି ଅଭିଯୁକ୍ତ ମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ୩୭ ଲିଟର ଚୋରା ଦେଶୀ ମଦ ଜବତ କରିଥିଲେ ।

 

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories