www.samajalive.in
Wednesday, December 10, 2025
18.1 C
Bhubaneswar

ଫସଲ ବୀମା ଜାଲିଆତି ଅଭିଯୋଗରେ ଥାନାରେ ମାମାଲା ; ୩ଗିରଫ ହୋଇ କୋର୍ଟ ଚାଳାଣ

କଂଟାବାଞ୍ଜି  : କଂଟାବାଞ୍ଜି ଥାନା ଅନ୍ତର୍ଗତ ଚାଉଲଶୁଖା ଗ୍ରାମର ଧନୁର୍ଜୟ ମେହେର ଓ ତାଙ୍କ ପରିବାରର ଚାଷଜମିରେ ଜାଳିଆତି ଓ ଚଂଚର୍କତା କରି ଚାଉଲଶୁଖା ଅଂଚଳର ୨ଜଣ ଦଲାଲ ଓ ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ର ଜଣେ ଫସଲବୀମା ପ୍ରିମିୟମ ଭରି ଥିିବାଜାଣି ଖୋଜଖବର କଲାପରେ ଥାନାରେ ଏକ ଲିଖିତ ଏତଲା ଦେବାରୁ ,ତାଙ୍କ ଏତଲାକୁ ଭିତିକରି ପୁଲିସ ଏକ ମାମଲାରୁଜୁ କରି କେସ ନଂ୧୭୭, ଦଫା ୪୬୮,୪୨୦.୪୭୧,୩୪ ତଦନ୍ତ ଆାରମ୍ଭ କରି ଏହି ଜାଲିଆତିରେ ସଂପୃକ୍ତି ଥିବା ୩ଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ମୂତାବକ ଚାଉଳଶୁଖା ଗ୍ରାମର ଚାଷୀ ଧନ୍ନଜୟ ମେହେର ଙ୍କ ଏତଲା ଅନୁସାରେ ତାଙ୍କ ଜେଜେ ବାପା ହଳଧର ମେହେର ନାମରେ ଥିବା ପଟ୍ଟାରେ ଚାଷ ଜମି ଖାତା ନଂ୧୨୫ ରକବା ମୋଟ ୭୭.୬୦ ଡି.ଜମିରେ ଚଂଚର୍କତା କରି ଦୀର୍ଘ ୪/୫ ବର୍ଷ ହେଲା ଇନ୍ସୁରେନ୍ସ ପ୍ରାପ୍ୟ ଉଠାଣ କରିି ହଡପ କରୁଥିଲେ । ହଳଧରଙ୍କର ଧନୁର୍ଜୟ ସହ ୮ଟି ପୁଅ ପିତ ମେହେର, ପବିତ୍ର ମେହେର ,ସାଧୁ ମେହେର, ଶୁଶିଳ ମେହେର, ସୁଦର୍ଶନ ମେହେର,ଲୋକନାଥ ମେହେର, ଟଙ୍କ ଧର ମେହେର,ଟେନି ମେହେରଙ୍କ ର ବିଭିନ୍ନ ଜାଗାରେ ଥିବା ଜମିରେ ଚାଉଳଶୁଖା ଅଚଂଳର ଦେବେନ୍ଦ୍ର ମେହେର ,ବିଶି କେଶନ ମେହେର,ଓ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ଅର୍ଜୁନ ମେହେର,ଏହି କାରବାରରେ ଲିପ୍ତ ଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ୍ କନ୍ଦନକେଲ ଜାଣିବା ପରେ, ଦେବେନ୍ଦ୍ର ମେହେର ଓ ବିଶିକେଶନ ମେହେରଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ,ଅର୍ଜୁନ ମେହେରଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଳାଣ କରିଥିଲେ । ଗତ ୩ଦିନ ତଳେ ଉପୋରୋକ୍ତ ଏତଲା କାରି ଚାଷୀ ଙ୍କ ସହ ଶତାଧିକ ଚାଷୀ ବିଜେଡି ନେତା ଅଜୟ ଦାସ ଙ୍କ ନେତୃତ୍ୱରେ କଂଟାବାଞ୍ଜି ସ୍ଥିତ କୃଷି କାର୍ଯ୍ୟାଳୟ ରେ ଘେରାଉ ପରେ ,କୃଷି ବିଭାଗର ଅଧିକାରୀଙ୍କର ସାହାର୍ଯ୍ୟରେ ଏହି ଚଂଚର୍କତା ଓ ଜାଲି ଆତି ସଂପର୍କରେ ଦସ୍ଥାବିଜ ହସ୍ତଖତ କରିଥିବା ଚାଷୀ ଧନ୍ନଜୟ ମେହେର ସୂଚନା ଦେଇଛନ୍ତି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories