www.samajalive.in
Thursday, December 11, 2025
14.1 C
Bhubaneswar

ପାକିସ୍ତାନରେ ସିଦ୍ଧିବିନାୟକ ମନ୍ଦିର ଭାଙ୍ଗିଲେ; ଭଗବାନଙ୍କ ମୂର୍ତ୍ତି ପୋଡିଲେ

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁସଲମାନ ସଂପ୍ରଦାୟର କିଛି ଲୋକ ଏକ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ଭଗବାନଙ୍କର ମୂର୍ତ୍ତିକୁ ଭାଙ୍ଗି ତାହାକୁ ପୋଡିଥିବା ଖବର ହସ୍ତଗତ ହୋଇଛି। ବୁଧବାର ରହିମ ୟାର ଖାନ୍‍ ଜିଲାର ଭୋଙ୍ଗ ସହରରେ ଏହି ଘଟଣା ଘଟିଛି। ମୁସଲମାନମାନଙ୍କର ଏକ ଧର୍ମସ୍ଥଳକୁ ଅପବିତ୍ର କରିବା ଅଭିଯୋଗରେ ସେମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମୁସଲମାନଙ୍କର ଏକ ଧର୍ମସ୍ଥଳକୁ ଅପବିତ୍ର କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଭୋଙ୍ଗ ସହରରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ବୁଧବାର ଦିନ ସିଦ୍ଧିବିନାୟକ ମନ୍ଦିରରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନେ ହାତରେ ଲୁହାଛଡ, ବାଡି, ପଥର ଏବଂ ଇଟା ଧରି ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ସହିତ ଉକ୍ତ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୧୦୦ ହିନ୍ଦୁ ପରିବାରଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନ ରେଞ୍ଜରଙ୍କୁ ଡକାଯାଇଥିଲା। ଶାସକ ପାକିସ୍ତାନ ତେହରିକ ଇ ଇନସାଫର ସାଂସଦ ଡ.ରମେଶ କୁମାର ଭଙ୍କୱାନି ମନ୍ଦିର ଉପରେ ଚାଲିଥିବା ଆକ୍ରମଣର ଏକ ଭିଡିଓ ଟ୍ୱିଟ କରି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକୁ ତୁରନ୍ତ ସେଠାରେ ପହଞ୍ଚିବାକୁ ଅନୁରୋଧ କରିଥିଲେ। ଏଥିରେ ସେ କହିଛନ୍ତି ଯେ ବୁଧବାରଠାରୁ ଏହାକୁ ନେଇ ଭୋଙ୍ଗ ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ସେଠାରେ ପହଞ୍ଚିଥିଲେ ମଧ୍ୟ କେବଳ ନୀରବଦ୍ରଷ୍ଟା ସାଜିଥିଲା। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories