www.samajalive.in
Tuesday, December 9, 2025
19.1 C
Bhubaneswar

ଦଶମ ଶ୍ରେଣୀ ସି.ବି.ଏସ.ଇ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେଲକୋଇର ଶତପ୍ରତିଶତ ସଫଳତା

ତେଲକୋଇ : ଚଳିତ ବର୍ଷ ସି.ବି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେଲକୋଇ ର ଛାତ୍ର ଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି।ଏଥିରେ ମୋଟ ୫୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଥି ମଧ୍ୟରୁ ୬ଜଣ ୯୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦%ରୁ ଅଧିକ ୧୦ଜଣ,୭୦%ରୁ ଅଧିକ ୧୬ଜଣ ଓ ୬୦%ରୁ ଅଧିକ ନମ୍ବର ରଖି ୨୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଦ୍ୟାଳୟର ଛାତ୍ରୀ ରଞ୍ଜନ ମହାନ୍ତ ଙ୍କ ଝିଅ ଜ୍ୟୋତ୍ରୀମୟୀ ମହାନ୍ତ ମୋଟ ୯୬.୪%ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଶ୍ରେଷ୍ଠ ହେବା ସହିତ ଜିଲ୍ଲାରେ ତୃତୀୟ ହୋଇ ତେଲକୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଛାତ୍ରଛାତ୍ରୀ ଙ୍କ ଏହି ସଫଳତା ନେଇ ସାରା ବିଦ୍ୟାଳୟ ଏବଂ ଏହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ବିଦ୍ୟାଳୟର ଏହି ସଫଳତାକୁ ନେଇ ଅଧ୍ୟକ୍ଷ ପାର୍ଥସୁନ୍ଦର ମହାକୁଡ଼ ଶିକ୍ଷକ ଓ ଅଭିବାବକ ମାନଙ୍କୁ ସାଧୁବାଦ ଜଣାଇବା ସହ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories