www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ତଥା ସମାଜସେବୀ ନିଶାମଣି ମିଶ୍ରଙ୍କ ପରଲୋକ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନୀଳକଣ୍ଠ ମିଶ୍ରଙ୍କ ସହଧର୍ମିଣୀ ସମାଜସେବୀ ନିଶାମଣି ମିଶ୍ର (୮୪)ଙ୍କର ଗତକାଲି ରାତି ୧୨ଟା ସମୟରେ ଏମ୍ସରେ ଚିକିସ୍ଥାଧିନ ଅବସ୍ଥାରେ ଦେହାନ୍ତ ହୋଇଛି।ସେ ଜଣେ ପରୋପକାରୀ, ସ୍ନେହୀ ଏବଂ ସାହାଯ୍ୟକାରୀ ମହିଳା ଥିଲେ। ବିଶେଷକରି କଣ୍ଟାବାଡ଼ ଗ୍ରାମରେ ଉପ୍ରା ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ସାହାଯ୍ୟ ସହଯୋଗ ଅତୁଳନୀୟ। ୧୯୬୫ ମସିହାରେ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଜର ୭ ଏକର ପୈତୃକ ସମ୍ପତି ବିଦ୍ୟାଳୟକୁ ଦାନ କରିବା, ସରକାରଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ଅନୁଦାନ ଦେବା, ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ, ପଢିବା ପାଇଁ ବହିପତ୍ର ଯୋଗାଇବା, ଅନାଥ ପିଲାମାନଙ୍କୁ ସାହାଯ୍ୟ ସହଯୋଗ ଓ ବୃଦ୍ଧାଶ୍ରମକୁ କମ୍ବଳ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ସମାଜସେବୀ ଭାବରେ ପରିଚିତ ଥିଲେ।

ନିଜର ଏଭଳି ସମାଜସେବା କାର୍ଯ୍ୟ ପାଇଁ ସେ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ମଦର ଟେରେସା, କସ୍ତୁରବା ନାରୀ ସମ୍ମାନ ଆଦି ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସମାଜସେବା ବ୍ୟତୀତ ଅନେକ ଭଜନ, ଜଣାଣ ଲୋକଗୀତ ମଧ୍ୟ ରଚନା କରି ନିଜର ଅଭୁଲା ସ୍ମୃତିକୁ ଛାଡି ଯାଇଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୬ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି ଏବଂ ନାତୁଣୀମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତୃତୀୟ ପୁତ୍ର ସମାଜସେବୀ, ଶିଳ୍ପପତି ଶିବପ୍ରସାଦ ମିଶ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories