www.samajalive.in
Wednesday, December 10, 2025
23.1 C
Bhubaneswar

ବାରହା ଶିକାର ବେଳେ ତିନି ଶିକାରୀ ଗିରଫ; ବନ୍ଧୁକ ଜବତ

ପାତ୍ରପୁର: ସାମନ୍ତିଆପଲ୍ଲୀ ରେଞ୍ଜ ତୁମ୍ବା ତିତିଗାଁ ନିକଟ ଜଙ୍ଗଲ ମଧ୍ୟରେ ବାରହା ଶିକାର ପାଇଁ ଗୋଡ଼ାଇ ଥିବା ବେଳେ ତିନିଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ତିନି ଜଣ ହେଉଛନ୍ତି ଖଣ୍ଡ ଦେଉଳି ଗ୍ରାମର ମହେଶ୍ବର ନାୟକ(୧୮), ଲଳିତ ଦଳେଇ(୨୭) ଏବଂ ମୋହନା ଥାନା ମାଣିକପୁର ଗ୍ରାମର କୁମୁଡ଼ା ଦଳେଇ(୨୫) ବୋଲି ଜଣାପଡ଼ିଛି। ତୁମ୍ବା ଅଞ୍ଚଳରେ କିଛି ଶିକାରୀ ବାରହା ଶିକାର ପାଇଁ ଏକତ୍ରିତ ହୋଇଥିବା ଖବର ପାଇ ବନବିଭାଗ ଚଢ଼ାଉ କରିଥିଲେ। ଏହି ସମୟରେ କିଛି ବ୍ୟକ୍ତି ଏକ ବାରହାକୁ ଶିକାର କରିବାକୁ ଗୋଡାଉଥିବା ବେଳେ ବନବିଭାଗ ତିନି ଜଣଙ୍କୁ କାବୁ କରିଥିଲେ। ତାଙ୍କଠାରୁ ଏକ ଗୁଳିଭରା ଦେଶୀ ବନ୍ଧୁକ ଜବତ କରାଯାଇଛି। ଚଢ଼ାଉ ବେଳେ ତୁମ୍ବା ଫରେଷ୍ଟର କାମନା ଭୂୟାଁ, ରତନ କୁମାର ବେହେରା, ପର୍ଶୁରାମ କାର୍ଜି, ସାରଥୀ କାର୍ଜି, ବାଇରି କାର୍ଜି ପ୍ରମୁଖ ସାମିଲ ଥିଲେ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories