www.samajalive.in
Saturday, December 6, 2025
26.1 C
Bhubaneswar

ମାଓ ଅଞ୍ଚଳରେ ବିକାଶ ଧୂଆଁ ବାଣ; ଗମନାଗମନର ଏକମାତ୍ର ଭରସା ବୃକ୍ଷ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଦୁର୍ଗମ, ଅପହଞ୍ଚ, ଜଙ୍ଗଲ ଓ ପାହାଡ ପର୍ବତ ଘେରା ମଧ୍ୟରେ ଅବସ୍ଥିତ। ଆଦିବାସୀ ଅଧ୍ୟୁଷିତ ଏହି ବ୍ଳକର ବହୁ ଗ୍ରାମ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ଏମିତି ବହୁ ଗ୍ରାମ ରହିଛି ଯେଉଁଠିକି ପ୍ରସାଶନ ଅଧିକାରୀମାନଙ୍କ ପାଦ ମଧ୍ୟ ପଡିନି। ପ୍ରଶାସନ କିଏ ସେମାନେ ଜାଣନ୍ତି ନାହିଁ। ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସତେ ଯେମିତି ଏମାନଙ୍କ ପାଇଁ ବିକାଶ ସାତ ସପନ। ଏହି ବ୍ଳକର ବହୁ ଆଦିବାସୀ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବାହାରେ ବିକ୍ରୀ ବଟା କରି ପରିବାର ପ୍ରତିପୋଷଣ କରନ୍ତି। ଏମାନେ ଅତ୍ୟନ୍ତ ଗରୀବ ଶ୍ରେଣୀର। କୁଲି, ମଜୁରୀ କରି ପିଲାଙ୍କୁ ପାଠ ପଢ଼ାଇ ବଡ ମଣିଷ କରିବା ପାଇଁ ଵହୁ ଆଦିବାସୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପ୍ରତ୍ୟେକ ବର୍ଷ ଯାଆନ୍ତି। ପିଲାଙ୍କୁ ପାଠ ପଢାଇ ମଣିଷ କରିବାରେ, ପଞ୍ଚାୟତ ଓ ବ୍ଳକ ମୁଖ୍ୟାଳୟକୁ ଜରୁରୀ କାମରେ ଯାତାୟତ ପାଇଁ ଏମାନେଙ୍କ ପାଇଁ ବାଧକ ସାଜିଛି ହରଭଙ୍ଗୀ ନଦୀ । ମୋହନା ବ୍ଳକ ଅନ୍ତର୍ଗତ ଗୁରୁଝୁଳି ପଞ୍ଚାୟତର ବେତେଗଣ୍ଡା, ପଣସଢିଆ, ବାମଦେଇପଦା। ଏହି ୩ଟି ଗ୍ରାମର ଲୋକସଂଖ୍ୟା ପ୍ରାୟ ୨ ହଜାରରୁ ଅଧିକ। ଏହି ଗ୍ରାମକୁ ଯିବାକୁ ହେଲେ ମଝିରେ ପଡ଼ୁଛି ଖରସ୍ରୋତା ହରଭଙ୍ଗୀ ନଦୀ । ଏହି ନଦୀରେ ବର୍ଷ ତମାମ ଜଳସ୍ରୋତ ପ୍ରଖର ଥାଏ । ଏହି ନଦୀ ପାର ହୋଇ ୩ଟି ଗ୍ରାମର ଶହ ଶହ ଲୋକ ପ୍ରତ୍ୟେକ ଦିନ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ମୋହନା, ଅଡବା, ବିରିକୋଟ, ନଳାଘାଟ ଓ ନିଜ ଗାଁର ପଞ୍ଚାୟତ ଗୁରୁଝୋଳିକୁ ଆସିବାକୁ ହେଲେ ନଦୀ ଉପରେ ଗଛ ପକାଇ
ଯାତାୟତ କରିଥାନ୍ତି। ଏପରିକି ଖାଉଟି କାର୍ଡ଼ରେ ଚାଉଳ ଆଣିବା ପାଇଁ ନଦୀ ଉପରେ ଗଛ ପକାଇ ପାର ହୋଇ ପାଦ ଚଲା ରାସ୍ତାରେ ୩ କିମି ଆସିବା ପରେ ଗାଡିକୁ ଅପେକ୍ଷା କରି ପଞ୍ଚାୟତକୁ ଯାଇ ଚାଉଳ ଆଣନ୍ତି । ଯେ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ଆଣିବାକୁ ହେଲେ ଗଛ ମଧ୍ୟମରେ ନଦୀ ପାର ହୋଇ ଆସିବାକୁ ପଡେ । ଏଭଳିକି ଗର୍ଭବତୀ ମହିଳା କିମ୍ଵା ଜରୁରୀକାଳୀନ ରୋଗୀଙ୍କୁ ଗାଁଠାରୁ ୩ କିମି ପାଦଚଲା ରାସ୍ତାରେ ଆସିବା ପରେ ଗଛ ପୋଲ ଉପରେ ଚଢି ଜୀବନ କୁ ବାଜି ଲଗାଇ ଆସିବାକୁ ପଡିଥାଏ। ଏହା ପାଲଟି ଯାଇଛି ଗାଁବାସୀଙ୍କର ସତେ ଯେମିତି ନିତୀ ଦିନିଆ ଘଟଣା।ବେତେଗଣ୍ଡା ଗ୍ରାମରେ ପାନୀୟ ଜଳର ଘୋର ସମସ୍ୟା। ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ଖୋଳାଯାଇଥିବା ୨ଟି ନଳକୂପର ପାଣି ସମୁଦ୍ରକୁ ଶଙ୍ଖେ । ଖରାଦିନେ ପାଣିର ସମସ୍ୟା କହିଲେ ନସରେ । ରାସ୍ତା ଅବସ୍ଥା ଶୋଚନୀୟ । ତିତିଲି ଏବଂ ଲଗାଣ ବର୍ଷାରେ ରାସ୍ତା ପାଲଟିଯାଇଛି ମରଣଯନ୍ତା । ଏହି ସମସ୍ୟାକୁ ନେଇ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ମୁଖ୍ୟମନ୍ତୀଙ୍କ ପାଖକୁ ବାରମ୍ଵାର ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ତଥାପି ପ୍ରଶାସନ ଆମ ଦାବୀ ପୂରଣ ନକଲେ ୩ଟି ଗ୍ରାମର ଶହ ଶହ ଲୋକ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ଘେରାଉ କରିବା ସହ ଜାତୀୟ ରାଜପଥ ୩୨୬ ବ୍ରହ୍ମପୁରଠାରୁ ରାୟଗଡା ଓ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାକୁ ଦାବୀ ସଫଳ ନେବା ପର୍ୟ୍ୟନ୍ତ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories