www.samajalive.in
Sunday, December 14, 2025
17.1 C
Bhubaneswar

ପାରୁଆ ପଞ୍ଚାୟତରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ

ନବରଙ୍ଗପୁର: ନବରଂଗପୁର ଜିଲ୍ଳା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରିବା ପରିପ୍ରେକ୍ଷୀରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଆଜି ରାଇଘର ବ୍ଲକର ପାରୂଆ ଅଞ୍ଚଳର ମହିଳା ଓ ପୁରୁଷମାନେ ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଏହି ଦାବିପତ୍ର ଜିଲ୍ଲାପାଳଙ୍କୁ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ।

ଦାବିପତ୍ର ଅନୁଯାୟୀ, ନିକଟରେ ପାରୁଆ ପଞ୍ଚାୟତର ୱାର୍ଡ ନମ୍ବର ୭ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ (ବାର) ଖୋଲିବା ପାଇଁ ପ୍ରସ୍ତାବ ଗ୍ରହଣ କରି ଏକ ସ୍ଥାନ ନିରୂପଣ କରାଯାଇଛି। ଏହି ସ୍ଥାନରେ ବାର ପାଇଁ ଘର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପାରୂଆ ପଞ୍ଚାୟତର ଜନସଂଖ୍ୟା ସାତ ହଜାର ମଧ୍ୟରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ଅନୁସୂଚିତ ଜାତି ଓ ଜନଜାତିର ଲୋକେ ବସବାସ କରନ୍ତି। ଏମାନେ ସମସ୍ତେ ବିପିଏଲ ଶ୍ରେଣୀର ହୋଇଥିବାବେଳେ ଏମାନେ ଦିନ ମଜୁରିଆ ଓ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ଏହି ପ୍ରସ୍ତାବିତ ସ୍ଥାନ ନିକଟରେ ଏକ ପୁଷ୍କରିଣୀର ଗାଧୁଆ ତୁଠ ରହିଛି। ଏହି ତୁଠକୁ ଗ୍ରାମର ମହିଳାମାନେ ଗାଧୁଆ ପାଧୁଆ ପାଈଁ ନିର୍ଭର କରିଥାନ୍ତି। ଅପରପକ୍ଷେ ଏଠାରେ ପ୍ରସିଦ୍ଧ ପରୁଆ ଶୈବ ପୀଠ ଅବସ୍ଥିତ।

- Advertisement -

ଏହି ପ୍ରସ୍ତାବିତ ବାର ଯଦି ଖୋଲି ଦିଆଯାଏ ଧର୍ମପରାୟଣ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କ ହୃଦୟରେ କୁଠାରାଘାତ ହେବ ବୋଲି ଅଭିଯୋଗକାରି ମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନ ପାରୁଆ ପଞ୍ଚାୟତର କୌଣସି ୱାର୍ଡରେ ମଧ୍ୟ ଖୋଲା ନ ଯିବା ପାଇଁ ଅଞ୍ଚଳ ବାସିନ୍ଦା ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଏହାକୁ ଦୃଷ୍ଟି ଦେଇ ପ୍ରସ୍ତାବିତ ବାରଟିକୁ ବନ୍ଦ ନ କଲେ ମହିଳା ଓ ପୁରୁଷମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଓ ଦୋକନଟିକୁ ଭଙ୍ଗିବାକୁ ବାଧ୍ୟ ହେବେ ବୋଲି ସ୍ୱଷ୍ଟ କରିଛନ୍ତି। କୌଣସି ସାମାଜିକ ଓ ଆକସ୍ମିକ ବିଶୃଙ୍ଖଳା ଘଟିବା ପୂର୍ବରୁ ଏହି ପ୍ରସ୍ତାବଟିକୁ ନାମଞ୍ଜୁର କାରିବା ପାଇଁ ଦାବି କରାଯାଇଛି। ଏହି ଅଭିଯୋଗ ପତ୍ରଟିକୁ ପରୁଆ ପଞ୍ଚାୟତର ଷାଠିଏରୁ ଅଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଡେପୁଟି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଓ ଏଥିରେ ଟିକେଶ୍ୱରୀ ରାଜଗଣ୍ଡ, ବାଲେଶ୍ଵର ଗଣ୍ଡ, ଶ୍ରୀରାମ ଗୌଡ, ମେଘନାଦ ରାଜଗଣ୍ଡ, ଉର୍ମିଳା କଲାର, ସୁଲେ ପୂଜାରୀ, ଜୟ ମାଁ ଦୁର୍ଗା ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ଜୟମଲା ହରିଜନ, ସମ୍ପାଦିକା ସରିତା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories