www.samajalive.in
Sunday, December 14, 2025
19.1 C
Bhubaneswar

ବିଶାଶହେ ସମାଜ ଲପଙ୍ଗାପୀଠର ସାଧାରଣ ବୈଠକ, ସମ୍ମାନିତ ହେଲେ ଆଇଏଏସ୍ ପାଇଥିବା ରୀନା ପ୍ରଧାନ

ରେଙ୍ଗାଲି; ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ଲପଙ୍ଗା ପୀଠରେ ଆଜି ବିଶାଶହେ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରେ ମା’ ରାମଚଣ୍ଡୀଙ୍କ ଠାରେ ଦୀପ ପ୍ରଜ୍ଜଳନ ପୂଜା ଅର୍ଚ୍ଚନା ପରେ କୋଭିଡ଼ କଟକଣା ସମୟରେ ସମାଜର ପରଲୋକ ଗମନ କରିଥିବା ଦିବଙ୍ଗତମାନଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନ କରାଯାଇଥିଲା। ପରେ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରୁ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସୁନାମ ଆଣି ଥିବାରୁ ସମ୍ମାନିତ କରାଯାଇଥିଲା।

କୃଷି କର୍ମ କ୍ଷେତ୍ରରେ ଭଲ ଚାଷ କାମ କରି ନିଜ ଛୁଆ ପିଲାଙ୍କୁ ଶିକ୍ଷିତ କରିଥିବାରୁ ବୁଦୁଲାର ଜଗଦିଶ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ପୀଠ ଗୌରବ ସମ୍ମାନ ବେଉଁରାର ତୁଲାରାମ ସାହୁ ଏବଂ ନିଜର ବାପାମା’ଙ୍କୁ ସେବା କରି ଲୋକଙ୍କ ପ୍ରଶଂସା ପାତ୍ର ହୋଇଥିବାରୁ ନୁଁଆଡ଼ିହି ଗଣ୍ଡଘୋରର କରୁଣାକର ବଢେଇଙ୍କୁ ଶ୍ରବଣ କୁମାର ସମ୍ମାନରେ ସମ୍ମାନିତ କରାଯାଇଥିଲା l ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଝାରସୁଗୁଡାର ରୀନା ପ୍ରଧାନଙ୍କୁ ରାମଚଣ୍ଡୀ ପୀଠ ଲପଙ୍ଗା, ବାବା ବିଶାଶହେ ସମାଜ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଝାରସୁଗୁଡା ଜିଲ୍ଲାର ପ୍ରଥମ ଆଇଏଏସ୍ ପାଇଥିବାରୁ ସମ୍ବଲପୁର ଜିଲ୍ଲା ବିଶାଶହେ ସମାଜ ଲପଙ୍ଗା ପୀଠରେ ୨୪ତମ କୁଳତା ଜାତି ମହାସଭା ତରଫରୁ ମାନପତ୍ର, ଔପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଭ୍ରମର ବଢେଇ ଯୋଗ ଦେଇଥିବା ବେଳେ ଜଗନ୍ନାଥ ପ୍ରଧାନ ଓ ମହେନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିଲେ। ପୀଠ ସଭାପତି ଲଲିତ କୁମାର ସାହୁ,ପୀଠ ମାଲିକ ପ୍ରଦୀପ କୁମାର ସାହୁଙ୍କ ସମେତ ୬ଟି ପ୍ରଗଣା ସଭାପତି ଉପସ୍ଥିତ ଥିଲେ।

- Advertisement -

ରାମପୁର ପ୍ରଗଣା ମାଲିକ ସନାତନ ପାତ୍ର, କତରବଗା ସଭାପତି କୃଷ୍ଣଚନ୍ଦ୍ର ଚନ୍ଦ୍ର ପ୍ରଧାନ, ଜୟପୁର ସଭାପତି କୁବେର ପ୍ରଧାନ, ଲପଙ୍ଗା ପ୍ରଗଣା ସଭାପତି ସମାରୁ ସାହୁ, ଗଣ୍ଡଘୋରା ସଭାପତି ରୂପେନ୍ଦ୍ର ବଢେଇ, ସମାସିଂହା ପ୍ରତିନିଧି ସୌକିଲାଲ ବାରିକ, ରେମଜା ପୀଠ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଶେଖର ବିଶି, ଆଇଏଏସ୍ ରୀନା ପ୍ରଧାନଙ୍କ ପିତା ଧରଣୀଧର ପ୍ରଧାନ, ମାତା କଲ୍ୟାଣୀ ପ୍ରଧାନଙ୍କ ସମେତ ବିଶାଶହେ ସମାଜର ବହୁତ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories