www.samajalive.in
Sunday, December 14, 2025
14.1 C
Bhubaneswar

ବାଙ୍କୀରେ ସୂଚନା ଅଧିକାର ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: ବୁଧବାର ଦିନ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ ଶୀର୍ଷକ ସର୍ବସାଧାରଣଙ୍କୁ ଜନଜାଗରଣ ସୃଷ୍ଟି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଆଦିତ୍ୟ ଫାଉଣ୍ଡେସନର ନିର୍ଦ୍ଦେଶକ ନଳିନୀ ରାୟ, ଓଡିଶା ସୂଚନା ଅଧିକାର ଅଭିଯାନର କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ,କର୍ମୀ ଦୁଃଶାସନ ବେହେରା,ଜ୍ୟୋତି ପ୍ରକାଶ ସାହୁ,ସାମଜିକ କର୍ମୀ ଗୈାତମ ମିଶ୍ର,ଅନାମ ଲେଙ୍କା ପ୍ରମୁଖ ଯୋଗଦେଇ ଓଡିଶା ସୂଚନା ଅଧିକାରରୀ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ। ଦୀର୍ଘ ୫ବର୍ଷ ବ୍ୟାପୀ ବାଙ୍କୀ,ଡମପଡା ଅଂଚଳର ଏହି ଅଭିଯାନ ଚାଲୁ ରହିବା ସମ୍ପର୍କରେ ସୂଚନା ମିଳିଛି। ୨୦୦୫ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଆଇନ ଦ୍ୱାରା ଶାସନରେ ଚାଲିଥିବା ବ୍ୟାପକ ଦୁର୍ନିତୀ ଏବଂ ହରିଲୁଟ୍ର ଖୋଲସା ହୋଇ ଗରୀବ ଜନସାଧାରଣ ନ୍ୟାୟ ପାଇଥିବା ସମ୍ପର୍କରେ ଶ୍ରମରାୟ କହିଛନ୍ତି। ଏଣୁ ଅଧିକରୁ ଅଧିକ ଜନ ସଚେତନତା ଫଳରେ ଏହି ଆଇନର ବ୍ୟବହାର ପାଇଁ ନିବେଦନ କରାଯାଇଛି।

 

- Advertisement -

ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଅଭିଯାନରେ ବହୁ ମାତ୍ରାରେ ସାମିଲ ହେବା ୫ ଦିନିଆ ଜନଜାଗରଣ କାର୍ଯ୍ୟକ୍ରମ କଟକ ଜିଲ୍ଲା,ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅନୁରୋଧ କରାଯାଇଛି ଏବଂ କୋର୍ଟ,କଚେରୀ,ତହସିଲ,ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ସୂଚନା ଅଧିକାର ଆଇନ୍ ପ୍ରାପ୍ତାଙ୍କ ପାଇଁ ଦରଖାସ୍ତ ଫର୍ମ ଏବଂ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories