www.samajalive.in
Monday, December 15, 2025
15.1 C
Bhubaneswar

ସରକାରଙ୍କ ଲକ୍ଷ୍ୟକୁ ଦିଶାହୀନ କରୁଛନ୍ତି ଅଧିକାରୀ, ଶୀତଳ ଭଣ୍ଡାରରେ ‘ଓପାମ୍ସ’ ଓ ‘କେୱାଇଏଲ’ ପୋର୍ଟାଲ

ଭୁବନେଶ୍ୱର:ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯେଉଁସବୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଉଛି ତା’ର ରୂପାୟନରେ ନିଜେ ଅଧିକାରୀ ପ୍ରତିବନ୍ଧକ ସାଜୁଛନ୍ତି। ଏଥିପାଇଁ ସରକାରୀ ଆଭିମୁଖ୍ୟ ଦିଶାହୀନ ହେବା ସହିତ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଏଭଳି ଘଟଣା ଓଡ଼ିଶା ମହାକାଶ ଗବେଷଣା କେନ୍ଦ୍ର (ଓରସାକ)ର କାର୍ଯ୍ୟକାରିତାରୁ ଜଣାଯାଇଛି। ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ସୂଚନା ଦିଆଯାଇଥିଲା ଯେ କେଉଁ ଜିଲାରେ କେତେ ସରକାରୀ ଜମି କିପ୍ରକାର ସ୍ଥିତିରେ ରହିଛି, ତା’ର ହିସାବ ସରକାର ନିଜ ଟିପ ଅଙ୍ଗୁଳି କାର୍ଯ୍ୟାଳୟରେ ବସି ଜାଣିପାରିବେ। ରାଜ୍ୟ ସରକାରଙ୍କ ୫-ଟି ନୀତି ଆଧାରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ‘ଓପାମ୍ସ’ ଓ ‘କେୱାଇଏଲ’ ପାଇଁ ସ୍ବତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯିବାର ନିଷ୍ପତ୍ତି ହୋଇଥିଲା। ବୈଠକରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୬ମାସ ମଧ୍ୟରେ ଉକ୍ତ ପୋର୍ଟାଲ କାର୍ଯ୍ୟ ଶେଷ କରିବା ସହିତ ସବୁ ଜିଲାର ଡାଟାବେସକୁ ଯୋଡିବାପାଇଁ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ୭ମାସ ବିତି ଗଲାଣି, ପୋର୍ଟାଲ କାର୍ଯ୍ୟ କାଗଜପତ୍ରରେ ରହିଛି। ଏହାଦ୍ବାରା ସରକାରଙ୍କ ଆଭିମୁଖ୍ୟ ସାଧିତ ହୋଇପାରିନାହିଁ।
ମୁଖ୍ୟସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ଓରସାକ’ର ମୁଖ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମଲ୍ଲିକ ଦର୍ଶାଇଥିଲେ ଯେ ଖୁବଶୀଘ୍ର ‘କୋରସ୍’, କେୱାଇଏଲ’ ଏବଂ ‘ଓପାମ୍ସ’ର ବିକାଶ କରାଯିବ। ଏହାକୁ ଭୂଲେଖ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଯୋଡାଯିବ। ଯାହାଦ୍ବାରା ରାଜ୍ୟର କେଉଁ ଜିଲା, ବ୍ଲକ, ତହସିଲରେ କେତେ ଜଙ୍ଗଲ ଜମି, ସହରାଞ୍ଚଳ, ସଇରାତ ଉତ୍ସ ରହିଛି ତାହାର ବାସ୍ତବ ସ୍ଥିତି ନିମିଷକେ ଜାଣିହେବ। ଏହାସହିତ ରାଜ୍ୟର ସୀମା ସମ୍ପର୍କରେ ଟିକିନିଖି ତଥ୍ୟ ରହିବ। ପ୍ରତ୍ୟେକ ପ୍ରକଳ୍ପ ଯେଭଳି ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରସ୍ତୁତ ଓ ଶେଷ ହୋଇପାରିବ ସେଭଳି କ୍ଷମତା ଓପାମ୍ସ ଏବଂ ପୋର୍ଟାଲରେ ରଖିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ।

 

- Advertisement -

ଉଚ୍ଚ କ୍ଷମତାସମ୍ପନ୍ନ ଉପଗ୍ରହ ତଥ୍ୟ ମାଧ୍ୟମରେ ଓଡିଶା ସରକାରୀ ସମ୍ପତ୍ତି ତଦାରଖ ବ୍ୟବସ୍ଥା (ଓପିଏମଏସ) ପୋର୍ଟାଲ ଯେଭଳି ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ସରକାରଙ୍କ କାର୍ଯ୍ୟରେ ଆସିବ ତାହା ଥିଲା ମୁଖ୍ୟ ଲକ୍ଷ୍ୟ। ଉତ୍ସ ବଣ୍ଟନ ଏବଂ ବିକାଶମୂଳକ ହସ୍ତକ୍ଷେପ ପାଇଁ ଏହା ଏକ ରାଜ୍ୟ ସଂଗ୍ରହାଳୟ ଭାବେ କାର୍ଯ୍ୟ କରିବ। ସେହିପରି ବିଭିନ୍ନ ବିଭାଗ ଅଧୀନରେ ସୃଷ୍ଟି ହେଉଥିବା ସମସ୍ତ ନୂତନ ସମ୍ପତ୍ତି ପୋର୍ଟାଲ ମାଧ୍ୟମରେ ଯୋଜନା ଏବଂ କାର୍ଯ୍ୟାନ୍ବୟନଠାରୁ ଆରମ୍ଭ କରି ରୂପାୟନ ଏବଂ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ସଂଗୃହୀତ ହେବ । ପୋର୍ଟାଲ ମାଧ୍ୟମରେ ପ୍ରକୃତ ସମୟ ଭିତ୍ତିରେ ପ୍ରକଳ୍ପର କାର୍ଯ୍ୟ ଏବଂ ସେବା ବିତରଣ ଉପରେ ନଜର ରଖିବ। ଏହି ପୋର୍ଟାଲ୍ ମାନଚିତ୍ର, ଆପ୍, ଆନାଲିଟିକ୍ସ ଏବଂ ଡାସବୋର୍ଡ ସହିତ ସୂଚନା ଅପଡେଟ୍ କରିବ। ଏଥିପାଇଁ ପ୍ରତ୍ୟେକ ବିଭାଗକୁ ଜଣେ ଲେଖାଏଁ କ୍ଷେତ୍ରୀୟ ଅଧିକାରୀ ମନୋନୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାସହିତ ଏହି ପୋର୍ଟାଲରେ ଗ୍ରାମ୍ୟଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ, ମହିଳା ଓ ଶିଶୁ କଲ୍ୟାଣ ବିଭାଗଗୁଡିକୁ ଯୋଡାଯିବାକୁ ସ୍ଥିର ହୋଇଥିଲା। ଯାହାଦ୍ବାରା ଓପାମ୍ସ ପୋର୍ଟାଲକୁ ଜିଓ ଟ୍ୟାଗିଂ କରି ରାଜ୍ୟର କେଉଁ ସ୍ଥାନରେ କେତେ ପରିମିତ ଅଞ୍ଚଳରେ ଜଳ, ଜଙ୍ଗଲ, କେନାଲ, ଖଣି, ବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର,ଥାନା, ବ୍ୟାଙ୍କ ଓ ଅଗ୍ନିଶମ ରହିଛି ତାହା ଜାଣି ହୋଇଥାନ୍ତା। ହେଲେ ସବୁ ନିଷ୍ପତ୍ତି କାଗଜକଲମରେ ରହିଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories