www.samajalive.in
Monday, December 15, 2025
15.1 C
Bhubaneswar

ଆଜାଦି କା ଅମ୍ରୁତ ମହୋତ୍ସବ ପାଳିତ

ସୁଆଣ୍ଡୋ:  ଗାନ୍ଧୀ ଜୟନ୍ତୀ ଅବସରରେ ଆଜାଦି କା ଅମ୍ରୁତ ମହୋତ୍ସବ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଲୋକକଳା ଗ୍ରାମ ସାରଙ୍ଗଯୋଡିରେ ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟ ଲୋକକଳା ସଂଘ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ସତ୍ୟବାଦୀ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଏହି ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥଲା। ମା କ୍ଷେତ୍ରପାଳୀ ମ୍ରୁଦଙ୍ଗ ମ୍ରୁଦଙ୍ଗ ନ୍ରୁତ୍ଯ ପରିଷଦ କୈଳାସଗୋଟିପୁଅ ନୃତ୍ୟ ପରିଷଦ, ପାଲା ଦାସକାଠିଆ ସଂକୀର୍ତ୍ତନ ମଣ୍ଡଳୀ, ମେଢ ନୃୃତ୍ୟ ଆଦି କଳାକାରମାନେ ଯୋଗଦେଇ ନିଜ ନିଜର କଳାନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।

 

- Advertisement -

ଏଥିରେ ବିଭିନ୍ନ ଲୋକକଳା ଅନୁଷ୍ଠାନର ଗୁରୁଜୀ ସମୁହ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ରମେଶଚନ୍ଦ୍ର ପଲେଇ, କୀର୍ତ୍ତନ ଗୁରୁ ଶିବ ସୁନ୍ଦର ଘଟୁଆରୀ, ଜିଲାପରିଷଦ ସଭ୍ୟ ଧ୍ରୁବଚରଣ ଦାଶ, ସରପଞ୍ଚ ଚଞ୍ଚଳା ପାଣି, ତ୍ରିନାଥ ମହାପାତ୍ର, ନିରଞ୍ଜନ ମାହାରୀ, ନାଏବ ସରପଞ୍ଚ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର, ବରିଷ୍ଠ ନାଗରିକ ଲିଙ୍ଗରାଜ ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ବେହେରା, ଜିଆରଏସ ପ୍ରଣତୀ ମହାପାତ୍ର ପ୍ରମୁଖ ବହୁ ବରିଷ୍ଠ ନାଗରିକ ସ୍ୱୟଂସହାୟକ ଗୋକ୍ଷ୍ଠୀ ପ୍ରମୁଖ ଯୋଗଦାନ କରିଥିଲେ । କୋଭିଡ ନିୟମ ପାଳନ କରାଯାଇ ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ କଳାକାର ମାନେ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ଆସିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories