www.samajalive.in
Sunday, December 14, 2025
19.1 C
Bhubaneswar

+୩ ପାଇଁ ସ୍ପଟ ନାମଲେଖା: ୨୩ରେ ମେଧା ତାଲିକା, ୨୭ରୁ ନାମଲେଖା

ଭୁବନେଶ୍ବର: ସ୍ନାତକ(+୩) ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୦୨୨ ମହାବିଦ୍ୟାଳୟର କଳା,ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ, ସେଲ୍ଫ ଫାଇନାନ୍ସିଂ (ନିଜସ୍ବ ଦେୟ) ପାଠ୍ୟକ୍ରମରେ ୧ ଲକ୍ଷ ୩ ହଜାର ୧୦୫ ଆସନ ଖାଲି ରହିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଖାଲିଥିବା ସିଟ୍‌ ସମ୍ବନ୍ଧରେ ଅକ୍ଟୋବର ୪ରୁ ୬ ମଧ୍ୟରେ ତଥ୍ୟ ଯାଞ୍ଚ କରାଯିବ। ୮ ତାରିଖ ଅପରାହ୍ଣ ୫ଟାରେ ଖାଲି ଥିବା ଆସନ(ସିଟ୍‌)ର ଚୂଡ଼ାନ୍ତ ତାଲିକା ସାମ୍ସ ୱେବସାଇଟ୍‌, ଶିକ୍ଷାନୁଷ୍ଠାନର ଇ‌-ସ୍ପେସ୍‌ରେ ତଥ୍ୟ ଦାଖଲ ସହ ଶିକ୍ଷାନୁଷ୍ଠାନ ନୋଟିସ୍‌ ବୋର୍ଡରେ ତଥ୍ୟ ପ୍ରଦର୍ଶିତ ହେବ।

ଅନ୍ୟପକ୍ଷରେ ଆସନ୍ତା ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ପ୍ରାର୍ଥୀ ତଥା ଗତ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନାମ ପଞ୍ଜୀକରଣ କରିଥିବା ଓ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦାଖଲ କରିଥିବା ପ୍ରାର୍ଥୀଙ୍କୁ ହିଁ ସ୍ପଟ୍‌(ତତ୍କାଳ) ନାମଲେଖା ପାଇଁ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ନିଜର ପୂର୍ବ ୟୁଜରନେମ୍‌ ଓ ପାସୱାର୍ଡ ଦେଇ ଆଗ୍ରହୀ ଶିକ୍ଷାନୁଷ୍ଠାନ ଓ ବିଷୟ ସମ୍ବନ୍ଧରେ ଉଲ୍ଲେଖ କରିପାରିବେ। ଅତିବେଶିରେ ଜଣେ ବିଦ୍ୟାର୍ଥୀ ୫ଟି ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟ୍‌ ଲଗ୍‌ଇନ୍‌ କରି ଖାଲିଥିବା ଆସନ ସହ ନାମଲେଖା ସମ୍ବନ୍ଧରେ ସବିଶେଷ ସୂଚନା ପାଇପାରିବେ। ଏହି ନାମଲେଖାରେ ସଂରକ୍ଷଣ ଥିଲେ ମଧ୍ୟ ୱେଟେଜ ମିଳିବ ନାହିଁ। ବିଦ୍ୟାର୍ଥୀଙ୍କ ମାର୍କ ଆଧାରରେ ମନୋନୟନ କରାଯିବ।

- Advertisement -

ଅକ୍ଟୋବର ୧୬, ୧୮, ୧୯, ୨୦ ଓ ୨୧ ତାରିଖରେ ପ୍ରାର୍ଥୀଙ୍କୁ ହାତଲେଖା ଆବେଦନପତ୍ର ସହ ନିଜସ୍ବ ଦସ୍ତଖତ ଥିବା ମାର୍କସିଟ୍‌ ସହ ଆବଶ୍ୟକ କାଗଜପତ୍ର ଦେଇ ଆବେଦନ କରିବେ। ୨୩ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ମେଧା ତାଲିକା ଶିକ୍ଷାନୁଷ୍ଠାନ ନୋଟିସ୍‌ ବୋର୍ଡରେ ପ୍ରକାଶ ପାଇବ।

ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ଖାତାରେ ସମସ୍ତ ତଥ୍ୟ ଉଲ୍ଲେଖ ରହିବ। ଯଦି କୌଣସି ପ୍ରାର୍ଥୀ ଏକାଧିକ ସୁଯୋଗ/ମନୋନୟନ(ଚଏସ୍‌/ଅପ୍‌ସନ୍‌) ପାଇଥିବେ ସେଥିମଧ୍ୟରୁ ଗୋଟିଏକୁ ୨୪ରୁ ୨୭ ତାରିଖ ମଧ୍ୟରେ ବାଛିବେ। ୨୪ରୁ ୨୭ ତାରିଖ ମଧ୍ୟରେ ପ୍ରାର୍ଥୀ ଅନ୍‌ଲାଇନ୍‌ (ସଞ୍ଚାର ଜରିଆରେ) ଦେୟ ଦାଖଲ କରିବେ। ଅକ୍ଟୋବର ୨୭ ଓ ୨୮ ତାରିଖରେ କାଗଜପତ୍ର ଯାଞ୍ଚ କରାଯିବା ସହ ନାମଲେଖା ଅନୁଷ୍ଠିତ ହେବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories