www.samajalive.in
Monday, December 15, 2025
15.1 C
Bhubaneswar

ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ, ଅକ୍ଟୋବର ୫ ପୂର୍ବରୁ ଡାକ୍ତରଙ୍କୁ ଦିଅ ଏନଓସି

କଟକ: ଅନ୍ୟ ଅନୁଷ୍ଠାନରେ ଯୋଗ ଦେବାକୁ ଚାହୁଁଥିବା ଡାକ୍ତରଙ୍କୁ ରାଜ୍ୟ ସରକାର ଏନଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ) ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। କରୋନା ମହାମାରୀ ଓ ରାଜ୍ୟରେ ଡାକ୍ତର ଅଭାବ କାରଣ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଏନଓସି ପାଇଁ କରାଯାଇଥିବା ଦରଖାସ୍ତ ଖାରଜ କରିଛି। ଉଚ୍ଚନ୍ୟାୟାଳୟ ଏ ସଂପର୍କିତ ମାମଲାର ଶୁଣାଣି କରି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତିକୁ ରଦ୍ଦ କରିବା ସହିତ ଅକ୍ଟୋବର ୫ ତାରିଖ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନଓସି ଦେବାକୁ କହିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଶିବଶଙ୍କର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଏମବିବିଏସ ପାସ୍ କରିବା ପରେ ପ୍ରଥମେ ସରକାରଙ୍କ ଅଧୀନରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ଏହାପରେ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୨୦୧୪ରେ ହରିଚନ୍ଦନପୁର ସିଏଚସିରେ ମେଡିକାଲ ଅଫିସର ଭାବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ ଆବେଦନକାରୀଙ୍କୁ ନିଯୁକ୍ତି ମିଳିଥିଲା। ଏହାପରେ ତାଙ୍କୁ ମାଇକ୍ରୋବାୟୋଲୋଜି ସ୍ନାତୋକତ୍ତର ପାଠ୍ୟକ୍ରମରେ ଏମ୍ସରେ ନାମଲେଖା ପାଇଁ ଚୟନ କରାଯାଇଥିଲା। ସେ ୨୦୧୮ରେ ଏମ୍ସରେ ସ୍ନାତ୍ତୋତ୍ତର ପାଠ୍ୟକ୍ରମରେ ଯୋଗ ଦେଇଥିଲେ। ୨୦୨୧, ସେପ୍ଟେମ୍ବର ୪ରେ ସ୍ନାତୋକତ୍ତର ପାଠ୍ୟକ୍ରମ ଶେଷ କରି ସେ ପୁଣି ସରକାରୀ ଚାକିରିରେ ଯୋଗ ଦେଇଥିଲେ। ୨୦୨୧, ସେ‌ପ୍ଟେମ୍ବର ୧୩ରେ ଏମ୍ସର ବିଭିନ୍ନ ବିଭାଗରେ ସିନିୟର ରେସିଡେଣ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବାରୁ ସେ ଏହି ପଦରେ ନିଯୁକ୍ତି ପାଇଁ ଦରଖାସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।

- Advertisement -

ଏହି ପଦ ପାଇଁ ଦରଖାସ୍ତ କରୁଥିବା ପ୍ରାର୍ଥୀଙ୍କୁ ତାଙ୍କ ନିଯୁକ୍ତିଦାତାଙ୍କ ନିକଟରୁ ଏନଓସି ଆଣି ଦାଖଲ କରିବାକୁ ପଡିବ ବୋଲି ବିଜ୍ଞପ୍ତିରେ ସର୍ତ୍ତ ରଖାଯାଇଥିଲା। ଏଭଳି ସ୍ଥିତିରେ ଆବେଦନକାରୀ ସ୍ବାସ୍ଥ୍ୟ ବିଭାଗ ନିକଟରେ ଏନଓସି ପାଇଁ ଆବେଦନ କରିଥିଲେ। କିନ୍ତୁ ଏନଓସି ସମ୍ପର୍କିତ ଆବେଦନକାରୀଙ୍କ ଦରଖାସ୍ତକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୨୦୨୧, ସେପ୍ଟେମ୍ବର ୨୩ରେ ଖାରଜ କରିଥିଲା। କରୋନା ମହାମାରୀ ଓ ଡାକ୍ତରଙ୍କ ଅଭାବ ଯୋଗୁଁ ଏନଓସି ଦେବାକୁ ସରକାର ମନା କରିଥିଲେ; କିନ୍ତୁ ଏହା ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories