www.samajalive.in
Monday, December 15, 2025
15.1 C
Bhubaneswar

ବାଇକ ଉପରେ ମାଡ଼ିଗଲା ଅଜଣା ଭାରୀଯାନ, ୨ ମୃତ

ସାରନଗରୀ: ଆଜି ଥିଲା ଏକ କଳା ଶୁକ୍ରବାର। ସଂଧ୍ୟା ପ୍ରାୟ ୬ଟା ସମୟରେ ଜାତୀୟ ରାଜପଥ-୧୪୩ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଆପାଚି ବାଇକ ଉପରେ ଏକ ଅଜଣା ଭାରୀଯାନ ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତ ଯୁବକ ଦ୍ୱୟ ହେଲେ କୁଆଁରମୁଣ୍ଡା ଅଂଚଳର ଅବିନାଶ କାଙ୍ଗାଡ଼ି(୨୩) ଓ ଟିମଯୋରର କରନ କୁଜୁର(୨୪)। ଦୁର୍ଘଟଣାରେ କରନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ, ଅବିନାଶଙ୍କୁ ଗୁରୁତର ଆହତ ଅବସ୍ଥାରେ ରାଉରକେଲା ସରକାରୀ ହାସପାତାଳ(ଆରଜିଏଚ) ନିଆଯାଇଥିଲେ ହେଁ, ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଅବିନାଶଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସାଧାରଣ ଜନତାଙ୍କ ଭିଡ଼ ଘଟଣା ସ୍ଥଳରେ ଦେଖିବାକୁ ମିଳିଥିଲା, ଫଳସ୍ୱରୂପ ଜାତୀୟ ରାଜପଥରେ କିଛି ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ପହଂଚିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିବା ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଅବିନାଶ ଓ କରନ ରାଉରକେଲାରେ ନିଜ କାର୍ଯ୍ୟ ସମ୍ପନ୍ନ କରି ଏକ ଆପାଚି ବାଇକରେ ଟିମଯୋର ଫେରୁଥିବା ସମୟରେ ସଂଧ୍ୟାରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଜାତୀୟ ରାଜପଥ-୧୪୩ ଉପରେ ବୀପରୀତ ଦିଗରୁ ଆସୁଥିବା ଏକ ଅଜଣା ଭାରୀଯାନ ଜାତୀୟ ରାଜପଥ ସଂଲଗ୍ନ କାରମେଲ ସ୍କୁଲ ଠାରୁ କିଛି ଦୂରରେ ଉଭୟ ଯୁବକଙ୍କୁ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ଭାରୀଯାନ କରନଙ୍କ ଉପରେ ମାଡ଼ିଯିବାରୁ ତାଙ୍କ ଶରୀରର ଅନ୍ତବୁଜୁଳା ପଦାକୁ ବାହାରି ଆସିଥିଲା। ଦୁର୍ଘଟଣା ପରେ ଭାରୀଯାନର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପ୍ରକାଶ। ଦୁର୍ଘଟଣା ଖବର ପାଇ ଜଲଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଆପାଚିକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories