www.samajalive.in
Monday, December 15, 2025
27.1 C
Bhubaneswar

ବୁର୍ଲା ଭିମସାର ପରିଚାଳନା କମିଟି ଗଠିତ

ବୁର୍ଲା: ନୁତନ ଭାବରେ ଗଠନ ହେଲା ବୁର୍ଲା ଭିମସାର ହସପିଟାଲର ପରିଚାଳନା କମିଟି। ରାଜ୍ୟ ସରକାରଙ୍କ ଦ୍ୱାରା ମନୋନିତ ହେଲେ ୧୫ ଜଣ ସଦସ୍ୟ। ବୁର୍ଲା ଭିମସାର ପରିଚାଳନା କମିଟି ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର। ଏଥିରେ ୧୫ ଜଣ ସଦସ୍ୟଙ୍କୁ ମନୋନିତ କରିଥିବା ସୁଚନା ହସ୍ତଗତ ହୋଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୨୭୦୮୨ ତା୨୮/୯/୨୦୨୧ରିଖରେ ଦ୍ୱାରା ଏହି ସୁଚନା ପ୍ରଦାନ କରାଯାଇଛି।

ସଭାପତି ଭାବରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅର୍ଥବିଭାଗ ସଚିବ, ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଡ଼ିଏମଇଟି ପ୍ରଫେସର ସିବିକେ ମହାନ୍ତି, ଭିମସାର ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା ପ୍ରମୁଖ ଏକ୍ସ-ଅଫିସିଓ ସଦସ୍ୟ ରହିଥିବା ବେଳେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବରଗ ଡ଼ ସାଂସଦ ଶୁରେଶ ପୁଜାରୀ, ଝାରସୁଗୁଡ଼ା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ବରଗ ଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ରାୟ, ୟୁଜିସିର ଜଣେ ସଦସ୍ୟ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦୁଇଜଣ ସଦସ୍ୟ ରହିଥିବା ଚିଠିରେ ଉଲ୍ଲେଖ ରହିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories