www.samajalive.in
Monday, December 15, 2025
15.1 C
Bhubaneswar

ଅକ୍ଟୋବରରେ ଇଣ୍ଡିଜ୍‌ର ଭାରତ ଗସ୍ତ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ଆସିବ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ। ଅକ୍ଟୋବର-ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ ବୋଲି ଶନିବାର ବିସିସିଆଇ ଘୋଷଣା କରିଛି। ଏହି ଗସ୍ତରେ ଗୋଟିଏ ଟେଷ୍ଟମ୍ୟାଚ୍‌ ଦିବାରାତ୍ର କରାଯିବାର ଯୋଜନା ରହିଛି। ଏହି ଦିବାରାତ୍ର ଟେଷ୍ଟ ରାଜକୋଟ କିମ୍ବା ହାଇଦରାବାଦରେ ଖେଳାଯିବ ବୋଲି ଜଣାପଡ଼ିଛି।
ଏହି ଗସ୍ତର ଚୂଡ଼ାନ୍ତ ରୂପରେଖ ପରେ ବିସିସିଆଇ ଘୋଷଣା କରିବ। ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ସମସ୍ତ ମ୍ୟାଚ୍‌ର ସ୍ଥାନ ନିରୂପଣ ସରିଛି; କେବଳ କେଉଁ ଦିନ କେଉଁ ମ୍ୟାଚ୍‌ ଖେଳାଯିବ; ତାହା ବିସିସିଆଇର ଟୁର୍‌ ଏଣ୍ଡ ଫିକ୍ସର କମିଟି ପରେ ଘୋଷଣା କରିବ। ବିସିସିଆଇ ମଧ୍ୟସ୍ଥ ସୂତ୍ର ଅନୁସାରେ, ୨ଟି ଟେଷ୍ଟମ୍ୟାଚ୍‌ ହାଇଦରାବାଦ ଓ ରାଜକୋଟରେ ଖେଳାଯିବ। ନଭେମ୍ବର ପ୍ରାରମ୍ଭରେ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଭାରତ ୫ଟି ଦିନିକିଆ ମ୍ୟାଚ୍‌ ମୁମ୍ବଇ, ଗୁଆହାଟୀ, କୋଚି, ଇନ୍ଦୋର ଓ ପୁଣେରେ ଖେଳିିବ। ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ କଲକାତା, ଚେନ୍ନଇ ଓ କାନପୁରରେ ଖେଳାଯିବ। କଲକାତା ଟ୍ୱେଣ୍ଟି୨୦ ମ୍ୟାଚ୍‌ ନଭେମ୍ବର ୪ରେ ଖେଳାଯିବ ବୋଲି ଆୟୋଜକ କ୍ରିକେଟ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ (ସିଏବି)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି।

ଶନିବାର ବିସିସିଆଇର ଟୁର୍‌ ଏଣ୍ଡ ଫିକ୍ସର କମିଟିର ବୈଠକ ବସି ୱେଷ୍ଟଇଣ୍ଡିଜ୍‌ ଗସ୍ତର ୧୦ଟି ମ୍ୟାଚ୍‌ର ସ୍ଥାନ ନିରୂପଣ କରାଯାଇଛି। ତାରିଖ ପରେ ଘୋଷଣା କରାଯିବ। ଏହି ବୈଠକରେ ବିସିସିଆଇର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମିତାଭ ଚୌଧୁରୀ, କ୍ରିକେଟ ପରିଚାଳନାର ମହାପ୍ରବନ୍ଧକ ସୟଦ୍‌ ସବାକରିମ୍‌ ଓ ରାଜନ ତିୱାରୀ ଉପସ୍ଥିତ ଥିଲେ। ଗାଙ୍ଗୁଲି ଏହି ବୈଠକରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଇଥିଲେ। ୱେଷ୍ଟଇଣ୍ଡିଜ୍‌ ଗସ୍ତ ଶେଷହେବା ପରେ ଭାରତୀୟ ଦଳ ୨ ମାସର ଗସ୍ତରେ ଅଷ୍ଟ୍ରେଲିଆ ଯିବ। ପୁଣି ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆଇପିଏଲ୍‌-୨୦୧୮ର ୨ଟି ପ୍ଲେଅଫ୍‌ ମ୍ୟାଚ୍‌ ପୁଣେରେ ଖେଳାଯିବ। ତେବେ ମ୍ୟାଚ୍‌ ଆୟୋଜନରେ ଯଦି ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଏହି ୨ଟି ମ୍ୟାଚ୍‌ କଲକାତାରେ ଆୟୋଜନ କରିବାକୁ ଗାଙ୍ଗୁଲି ପ୍ରସ୍ତାବ ଦେଇଛନ୍ତି।
ସୂଚନାଥାଉକି ୨୦୧୪ରେ ଶେଷଥର ପାଇଁ ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତରେ ଆସିଥିଲା। ଦଳ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରାପ୍ୟକୁ ନେଇ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ ସହ ଖେଳାଳିଙ୍କ ବିବାଦ ଦେଖା ଦେବାରୁ ୪ର୍ଥ ଦିନିକିଆ ପରେ ଏହି ସିରିଜ୍‌କୁ ବାତିଲ କରିବାକୁ ପଡ଼ିଥିଲା। ଭାରତୀୟ ଦଳ ୨୦୧୬ରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଘରୋଇ ଦଳ ବିରୋଧରେ ଟେଷ୍ଟ ସିରିଜ୍‌ ଏବଂ ୨୦୧୭ରେ ୫ଟି ଦିନିକିଆ ଓ ଗୋଟିଏ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories