www.samajalive.in
Monday, December 15, 2025
17.1 C
Bhubaneswar

ସ୍ୱଦେଶ ଫେରିନାହାନ୍ତି ୫୬ ଜଣ ପାକ୍ ବନ୍ଦୀ

ନିଜ ନାଗରିକ ବୋଲି ସ୍ୱୀକାର କରୁନି ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ୫୬ ଜଣ ବନ୍ଦୀଙ୍କ ଜେଲ ମିଆଦ ପୂରିଯାଇଥିଲେ ସୁଦ୍ଧା ସେମାନେ ଏପର୍ଯ୍ୟନ୍ତ ସ୍ୱଦେଶ ଫେରିନାହାନ୍ତି। ପାକିସ୍ତାନ ସରକାର ସେମାନଙ୍କୁ ନିଜ ନାଗରିକ ବୋଲି ସ୍ୱୀକାର କରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସ୍ୱଦେଶ ପ୍ରତ୍ୟର୍ପଣ ନିମନ୍ତେ ପାକିସ୍ତାନ ସରକାରଙ୍କ ସହ ବାରମ୍ବାର ଆଲୋଚନା କରାଯାଇଥିଲେ ସୁଦ୍ଧା ଏହା ସଫଳ ହୋଇପାରୁନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ୫୬ ଜଣ ବନ୍ଦୀଙ୍କ ଜେଲ ମିଆଦ ପୂରିଯାଇଥିଲେ ସୁଦ୍ଧା ସେମାନଙ୍କୁ ମୁକ୍ତ କରାଯାଉନାହିଁ; କାରଣ ଏହାଦ୍ୱାରା ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ପ୍ରତି ବିପଦ ଦେଖାଦେଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ବନ୍ଦୀମାନଙ୍କୁ ସମସ୍ତ ପ୍ରକାର କୂଟନୈତିକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ ପାକିସ୍ତାନ ସରକାର ଏମାନଙ୍କୁ ନିଜ ନାଗରିକ ବୋଲି ନ ମାନିବା ପର୍ଯ୍ୟନ୍ତ ଏହି ସ୍ଥିତି ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ୨୦୦୫ରୁ ଏପର୍ଯ୍ୟନ୍ତ ଭାରତର ବିଭିନ୍ନ ଜେଲରେ ବନ୍ଦୀ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କର ଜେଲ ମିଆଦ ସମ୍ପର୍କରେ ସୁପ୍ରିମକୋର୍ଟ ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ମାଗିଥିଲେ। ସାଧାରଣତଃ ଆରବ ସାଗରରେ ମାଛ ଧରୁଥିବାବେଳେ ଅଜ୍ଞାତବଶତଃ ଭାରତୀୟ ଜଳସୀମାକୁ ପ୍ରବେଶ କରି ଅଧିକାଂଶ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ ହୋଇଥାନ୍ତି। ବିଗତ ଛଅମାସ ମଧ୍ୟରେ ୨୦ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ସ୍ୱଦେଶ ପଠାଯାଇଥିବାବେଳେ ଚଳିତମାସ ଶେଷ ସୁଦ୍ଧା ଆଉ ପାଞ୍ଚଜଣଙ୍କୁ ପାକିସ୍ତାନ ପଠାଯିବାର ବ୍ୟବସ୍ଥା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories