www.samajalive.in
Sunday, December 14, 2025
17.1 C
Bhubaneswar

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ମହିଳା ଟେଷ୍ଟମ୍ୟାଚ୍‌

ଗୋଲ୍‌ଡକୋଷ୍ଟ: ଶୁକ୍ରବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏକମାତ୍ର ମହିଳା ଟେଷ୍ଟମ୍ୟାଚ୍ ଆରମ୍ଭ ହେଉଛି। ଏହି ୪-ଦିନିଆ ମାଚ୍‌ ଦିବାରାତ୍ର ହେବ ଏବଂ ଏହା ଗୋଲାପୀ ବଲ୍‌ରେ ଖେଳାଯିବ। ଦୀର୍ଘ ୧୫ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଟେଷ୍ଟମ୍ୟାଚ୍‌ ଖେଳାଯାଉଛି। ଭାରତ ଓ ଅଷ୍ଟ୍ରେଲିଆ ୨୦୦୬ରେ ଏକ ଟେଷ୍ଟମ୍ୟାଚ୍ ଖେଳିଥିଲେ। ଉଭୟ ଦଳର ଖେଳାଳିଙ୍କ ମଧ୍ୟରୁ କେବଳ ଭାରତୀୟ ଅଧିନାୟିକା ମିତାଲି ରାଜ୍ ଓ ଭାରତର ପ୍ରମୁଖ ପେସ୍ ବୋଲର ମିତାଲି ରାଜ୍ ସେହି ମ୍ୟାଚ୍‌ ଖେଳିଥିଲେ। ୩ୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଖେଳାଳି ଲଢ଼ୁଆ ପ୍ରଦର୍ଶନ କରି ବିଜୟୀ ହେବା ମିତାଲି ରାଜ୍‌ଙ୍କ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଛି। ଦିନିକିଆ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ହାରିବା ପରେ ଭାରତ ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ୟାସ୍ତିକା ଭାଟିଆ ଓ ଶେଫାଳି ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ।

ଜୁନ୍‌ରେ ଶେଷଥର ପାଇଁ ଭାରତ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ଘରୋଇ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ଅମୀମାଂସିତ ରଖି ପାରିଥିଲା। ୨୦୧୭ରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳିଥିଲା। ତେବେ ଶୁକ୍ରବାରଠାରୁ ଆରମ୍ଭହେବାକୁ ଥିବା ଦିବାରାତ୍ର ଟେଷ୍ଟମ୍ୟାଚ୍‌ ପାଇଁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି ଯଥେଷ୍ଟ ଅଭ୍ୟାସ କରି ପାରିନାହାନ୍ତି। ତେବେ କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି ଯେ ଗୋଲାପୀ ବଲ୍‌ ପିଚ୍‌ରୁ ଅଧିକ ଗତିରେ ଆସିବ। ତେଣୁ ଭଲ ପେସ୍ ଆକ୍ରମଣ ଥିବା ଅଷ୍ଟ୍ରେଲିଆ ଦଳ ଏଥିରୁ ଫାଇଦା ପାଇବ। ତେବେ ନିକଟ ଅତୀତରେ ଅଷ୍ଟ୍ରେଲିଆ ଦଳ ଅଧିକ ଟେଷ୍ଟମ୍ୟାଚ୍‌ ଖେଳିନାହିଁ। ପୁଣି ଆହତ ଥିବା ଯୋଗୁଁ ଅଷ୍ଟ୍ରେଲିଆର କିଛି ପ୍ରମୁଖ ଖେଳାଳି ଏହି ସିରିଜ୍ ଖେଳିବେନାହିଁ। ତେଣୁ ମ୍ୟାଚ୍‌ରେ କଡ଼ା ମୁକାବିଲା ହୋଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories