www.samajalive.in
Sunday, December 14, 2025
19.1 C
Bhubaneswar

ମନୋରମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଚୌଦ୍ୱାର: ସାରସ୍ୱତ ସାଧିକା, ବିଶିଷ୍ଟ ସମାଜସେବିକା, ସମାଜର ପ୍ରାକ୍ତନ ସଂପାଦିକା, ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶିଶୁସାହିତ୍ୟ ସ୍ରଷ୍ଟା ଅଧ୍ୟାପିକା ଡ. ମନୋରମା ମହାପାତ୍ରଙ୍କ ବିୟୋଗରେ ସରସ୍ୱତୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାନେତ୍ରୀ ସ୍ୱର୍ଣ୍ଣଲତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଆଗ୍ରାହାଟ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୋଜିତ ସଭାରେ ଉତ୍କଳ ପୂଜନ ପରିଷଦ ସଭାପତି କୈଳାସ ଚନ୍ଦ୍ର ବରାଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗବତ ରାଉତ, ଗଣିତ ବିଶେଷଜ୍ଞ ରବୀନ୍ଦ୍ର ନାଥ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାୟକ,ସରସ୍ୱତୀ ସାହିତ୍ୟ ସଂସଦର ଉପସଭାପତି ରମାନାଥ ଆଚାର୍ଯ୍ୟ, ଶିଶୁବଜାର ସଂପାଦକ ଦିବ୍ୟଜ୍ୟୋତି ପାଣି ଯୋଗ ଦେଇ ମନୋରମା ମହାପାତ୍ରଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ସମାଜସେବା, ସାମ୍ବାଦିକତା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଆଲୋକବର୍ତ୍ତିକା ଭାବେ ଦର୍ଶାଇଥିଲେ।

ପ୍ରାରମ୍ଭରେ ଆଚାର୍ଯ୍ୟ ତ୍ରିଲୋଚନ ସାହୁ ସ୍ୱାଗତ ଭାଷଣ, ସଂପାଦକ ବିଜୟ ପ୍ରତାପ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସିଦ୍ଧାନ୍ତ ସାହିତ୍ୟ ସଂସଦ ପ୍ରତିଷ୍ଠାତା ବୈଦ୍ୟନାଥ ଖିଲାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଇଂ ହରିହର ରଣା, ଇଂ ଭାଗିରଥୀ ସାହୁ, କାର୍ତ୍ତିକ ରାଉଳ, ଲକ୍ଷ୍ମୀଧର ମହାରଣା(ପରଭୃତ), ନିର୍ମଳା ପରିଡ଼ା ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନାର୍ଦ୍ଦନ ତ୍ରିପାଠୀ, ଅନୀଲ ବଳ, ରାମଚନ୍ଦ୍ର ମହାରଣା, ଉମେଶ ମହାରଣା, ନିରଞ୍ଜନ ବେହେରା ପ୍ରମୁଖ ମନୋରମାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଚାର୍ଯ୍ୟା ଅମ୍ବିକା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories