www.samajalive.in
Monday, December 8, 2025
16.1 C
Bhubaneswar

ସ୍ପଲ ବୋଝେଇ ଟ୍ରକ ଜବତ ; ୩୦ହଜାର ଟଙ୍କା ଜରିମାନା ଆଦାୟ 

ବେଗୁନିଆ : ରଣପୁରରୁ ଏକ ସ୍ପଲ ବୋଝେଇ ଟ୍ରକ କାଇପଦର ଯାଉଥିବାବେଳେ ବେଗୁନିଆ ତହସିଲ କାର୍ୟ୍ୟାଳୟର କର୍ମଚାରୀମାନେ ଅଠାରଙ୍ଗଠାରୁ ଟ୍ରକଟିକୁ ଜବତ କରି ତହସିଲ କାର୍ୟ୍ୟାଳୟକୁ ଆଣିଛନ୍ତି ।ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ,ଅମିନ ନିର୍ମଳ ସାହୁ ଏବଂ ବୁଟୁ ସାହୁ ପ୍ରମୁଖ ଗାଡିଟିକୁ ସମ୍ପୃକ୍ତ ସ୍ଥାନରେ ଜବତ କରି କାଗଜପତ୍ର ତନଖି କରିଥିଲେ ।ଗାଡ଼ିରେ ୱାଇ ଫର୍ମ ନଥିବାରୁ ଟ୍ରକଟିକୁ ଜବତ କରି ତହସିଲ କାର୍ୟ୍ୟାଳୟକୁ ଆଣିଥିଲେ ।ପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶ କ୍ରମେ ଉକ୍ତ ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଟ୍ରକଟିକୁ ଛାଡି ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories