www.samajalive.in
Sunday, December 14, 2025
15.1 C
Bhubaneswar

ଆଇପିଏଲ୍‌: ରାଜସ୍ଥାନକୁ ହରାଇ ଦିଲ୍ଲୀ ଫ୍ଲେଅଫ୍‌ର ନିକଟତର

ଆବୁଧାବି: ଚଳିତ ଆଇପିଏଲ୍‌ରେ ଶନିବାର ଅପରାହ୍‌ଣର ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍‌ସକୁ ୩୩ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି। ଶ୍ରେୟାସ ଆୟରଙ୍କ ଦର୍ଶନୀୟ ୪୩ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ୬ ୱିକେଟରେ ୧୫୪ ରନ୍ କରିଥିଲେ। ପରେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ଅପରାଜିତ ୭୦ ରନ୍ ସତ୍ତ୍ବେ ରାଜସ୍ଥାନ ରୟାଲ୍‌ସ ୨୦ ଓଭର ଶେଷରେ ୬ ୱିକେଟରେ ୧୨୧ ରନ୍ କରି ପାରିଥିଲା। ୧୦ମ ମ୍ୟାଚ୍‌ରେ ୮ମ ବିଜୟ ପରେ ୧୬ ପଏଣ୍ଟ ସହ ଦିଲ୍ଲୀ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଦିଲ୍ଲୀ ପ୍ଲେଅଫ୍‌ ଖେଳିବାର ନିକଟତର ​ହୋଇଛି। ଆଇପିଏଲ୍‌ ଇତିହାସରେ କୌଣସି ଦଳ ୧୬ ପଏଣ୍ଟ ପାଇ ପ୍ଲେଅଫ୍ ଖେଳିବାକୁ ବଞ୍ଚିତ ହୋଇନାହାଁନ୍ତି। ୯ମ ମ୍ୟାଚ୍‌​ରେ ରାଜସ୍ଥାନ ୫ମ ପରାଜୟ ଭୋଗିଛି।

୧୫୫ ରନ୍ ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍‌ସ ୧୭ ରନ୍‌ରେ ୩ଟି ଏବଂ ୫୫ ରନ୍‌ରେ ୫ଟି ୱିକେଟ ହରାଇବା ପ​ରେ ଶେଷ ପର୍ଯ୍ୟନ୍ତ ଅଧିନାୟକ ସଞ୍ଜୁ ସାମ୍‌ସନ ଲଢ଼େଇ କରିଥିଲେ। ଦୁଇ ଓପ୍‌ନର ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ୧ ଓ ଯଶସ୍ବୀ ଜୟସୱାଲ ୫ ରନ୍‌କରି ବିଦାୟ ନେଇଥିଲେ। ମଧ୍ୟକ୍ରମରେ ଡେଭିଡ୍‌ ମିଲର ୭, ରିୟାନ୍ ପରାଗ ୨, ମହିପାଳ ଲୋମରର ୧୭ ଓ ରାହୁଲ ତିୱତିଆ ୧୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ୧୯ ଓଭର କ୍ରିଜ୍‌ରେ ରହିଥିବା ସଞ୍ଜୁ ସାମ୍‌ସନ ୫୩ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୭୦ ରନ୍‌କରି ଅପରାଜିତ ଥିଲେ। ଆନ୍‌ରିଚ୍ ନୋର୍ଖିୟା ୨ଟି ୱିକେଟ ପାଇଥିବା ବେଳେ ଅନ୍ୟ ସମସ୍ତେ ଭଲ ବୋଲିଂ କରିଥିଲେ।

- Advertisement -

ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ସର ଦୁଇ ଓପ୍‌ନର ସହଳ ଆଉଟ ହୋଇ ଯାଇଥିଲେ। ପୃଥ୍ବୀ ସ’ ୧୦ ଓ ଶିଖର ଧାୱନ ୮ ରନ୍‌ କରିଥିଲେ। ୩ୟ ୱିକେଟ ପାଇଁ ଶ୍ରେୟାସ ଆୟର ଓ ଅଧିନାୟକ ଋଷଭ ପନ୍ତ୍ ଦ୍ରୁତ ୬୨ ରନ୍ ଯୋଡ଼ିଥିଲେ। ପନ୍ତ୍ ୨୪ ବଲ୍‌ରୁ ୨ଟି ଚୌକା ସହ ୨୪ ରନ୍‌ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଭଲ ଇନିଂସ ଖେଳିଥିବା ଶ୍ରେୟାସ ଆୟର ୩୨ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୩ ରନ୍‌ କରିଥିଲେ। ସିମ୍ରନ୍ ହେତ୍‌ମେୟର ଆକର୍ଷଣୀୟ ବ୍ୟାଟିଂକରି ୧୬ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୨ ରନ୍‌ କରିଥିବା ବେଳେ ଲଳିତ ଯାଦବ ୧୪ ରନ୍‌କରି ଅପରାଜିତ ଥିଲେ। ଦୁଇ ବାମହାତି ପେସ୍ ବୋଲର ମୁସ୍ତାଫିଜୁର ରେହ୍‌ମାନ ଓ ଚେତନ ସାକାରିୟା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରେୟାସ ଆୟର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories