www.samajalive.in
Saturday, December 13, 2025
23.1 C
Bhubaneswar

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ବତାଶର ଜଙ୍ଗଲରୁ ଶନିବାର ଦୁଇ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି। ଝିଅଟି ସ୍ଥାନୀୟ କଦଭଟ୍ଟା ଗ୍ରାମର ଶୁକମନ ଭତରାଙ୍କ ଝିଅ ସାବିତ୍ରୀ ଭତରା (୧୮) ବୋଲି ଜଣା ପଡ଼ିଥିବା ବେଳେ ପୁରୁଷ ଜଣଙ୍କ ପରିଚୟ ଜଣ ପଡ଼ିନାହିଁ। ସାବିତ୍ରୀ ଗତକାଲି ସନ୍ଧ୍ୟାରୁ ଖାଇ ସାରିବା ପରେ ନିଖୋଜ ଥିଲେ।

ଆଜି ଜଙ୍ଗଲରେ ଦୁଇଙ୍କର ମୃତ ଦେହ ଝୁଲି ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଝିଅର ଜେଜେ କେଶବ ଭତରା ଏ ନେଇ ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ମୃତ ଯୁବତୀର ପରିବାର ଲୋକେ ଯୁବକକୁ ଜାଣିନଥିବା କହିଥିବା ବେଳେ ଯୁବକର ସମ୍ପର୍କୀୟମାନେ ସୋସିଆଲ ମିଡ଼ିଆରେ ଯୁବକକୁ ଦେଖିବାକୁ ପାଇବା ପରେ ସନ୍ଧ୍ୟାରେ ଘଟଣା ସ୍ଥଳରେ ପହଂଚି ଥିଲେ। ମୃତ ଯୁବକର ନାମ ବିଷ୍ଣୁ ଭତରା ବୋଲି ଜଣାପଡିଥିବା ବେଳେ ସେ ଡାବୁଗାଁ ବ୍ଲକ କୋଇଲାରୀ ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି। ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଛେଦ ପାଇଁ ପଠାଇ ଦେଇଥିବା ବେଳେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେ ଦିଗରେ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୂବେନ୍ଧୁ ଶବର ସୂଚନା ଦେଇଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories