www.samajalive.in
Sunday, December 14, 2025
19.1 C
Bhubaneswar

ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର:ଦୁଃସାହସି ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଆଉ ନାହାନ୍ତି। ଅପରେସନ ଗଜରାଜ ସମୟରେ ଓଡ଼୍ରାଫ ବୋଟ ଦୁର୍ଘଟଣାରେ ନିଜର ଜୀବନ ଉତ୍ସର୍ଗ କରିଥିବା ଗଣମାଧ୍ୟମ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ରେ ବିଭିନ୍ନ ମହଲରେ ଶୋକ ର ବାତାବରଣ ସୃଷ୍ଟି ହୋଇଛି ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଉତ୍କଳ ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ବାରା ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ଅରିନ୍ଦମ ଦାସ ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିବାସହ ମହମବତୀ ପ୍ରଜ୍ବଳନ କରାଯାଇଥିଲା।

ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଆୟୋଜିତ ଶୋକସଭାରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ତଥା ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ.ପଦ୍ମାଳୟା ମହାପାତ୍ରଙ୍କ ସଭାପତିତ୍ଵରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ସ୍ଵର୍ଗତ ଅରିନ୍ଦମ ଦାସ ଜଣେ ନିର୍ଭିକ, କର୍ମଠ, ଦାୟିତ୍ୱବାନ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ବନ୍ୟା କିମ୍ବା ବାତ୍ୟା ବେଳେ ହେଉ କିମ୍ଵା ମାଓବାଦୀ ଘଟଣା ସଂପର୍କିତ ଖବର ଗୁଡ଼ିକୁ ଲାଇଭ କଭରେଜ କରୁଥିଲେ। ସେ କମ ବୟସରେ ରାଜ୍ୟରେ ବେଶ ନାଁ କମାଇ ପାରିଥିଲେ ବୋଲି  ଡ.ପଦ୍ମାଳୟା ମହାପାତ୍ର ପ୍ରକାଶ କରିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଲୋକ ପ୍ରଶାସନ ବିଭାଗ ସହକାରୀ ପ୍ରଫେସର ଡ.ଜ୍ୟୋର୍ତିମୟୀ ଟୁଡୁ, ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଅତିଥି ଅଧ୍ୟାପକ ଭି.ରାଜୁ, ରିସର୍ଚ୍ଚ ସ୍କଲାର ସୌରଭ ପ୍ରକାଶ ସେଠ୍‌ ପ୍ରମୁଖ ସ୍ବର୍ଗତ ଓଟିଭି ସାମ୍ବାଦିକଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଦାୟିତ୍ବବୋଧ ଉପରେ ଆଲୋକପାତ କରିବା ସହିତ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଓ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଥିଲେ ।  ସାମ୍ବାଦିକ ଓ ଗଣଯୋଗାଯୋଗ ସେମିନାର ସେକ୍ରେଟାରୀ ସମରେଶ ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories