www.samajalive.in
Sunday, December 14, 2025
17.1 C
Bhubaneswar

ସଂକ୍ରମିତ ଆତ୍ମହତ୍ୟା କରିଥିଲେ କରୋନା ମୃତ୍ୟୁରେ ଗଣାହେବ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ବ୍ୟକ୍ତି ଯଦି ଆତ୍ମହତ୍ୟା କରିଥାନ୍ତି ତେବେ ତାହାକୁ କରୋନା ଜନିତ ମୃତ୍ୟୁ ବୋଲି ବିବେଚନା କରାଯିବ। ଏହି ଆତ୍ମହତ୍ୟା ସଂକ୍ରମିତ ହେବାର ୩୦ଦିନ ମଧ୍ୟରେ ହୋଇଥିବ। ଏପରି ଆତ୍ମହତ୍ୟାକୁ କରୋନା ମୃତ୍ୟୁ ବିବେଚନା ପୂର୍ବକ ତାଙ୍କ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଓ ସୁବିଧା ପ୍ରଦାନ କରାଯିବ। କରୋନା ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ସରକାର ଗୁରୁବାର ସ​‌େ​‌ର୍ବାଚ୍ଚ ନ୍ୟାୟାଳୟରେ ଦେଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତି ଯଦି ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥାନ୍ତି ତାଙ୍କ ପରିବାର ସଦସ୍ୟ କିମ୍ବା ନିକଟ ସମ୍ପର୍କୀୟଙ୍କୁ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ କରୋନା ସହାୟତା ରାଶି ପ୍ରଦାନ କରାଯିବ। ପୂର୍ବରୁ କେନ୍ଦ୍ର ସରକାର କରୋନା ମୃତ୍ୟୁ ସମ୍ପର୍କରେ ଦାଖଲ କରିଥିବା ମାର୍ଗଦର୍ଶିକାରେ ସଂକ୍ରମିତଙ୍କ ଆତ୍ମହତ୍ୟାକୁ କରୋନା ମୃତ୍ୟୁ ତାଲିକାରୁ ବାଦ୍ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନୂଆ ନିୟମ ଅନୁଯାୟୀ କରୋନା ମୃତ୍ୟୁ ପ୍ରମାଣପତ୍ର ଦିଆଯିବ। ପୂର୍ବରୁ ଯେଉଁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଛି ସେଥିରେ ଆବଶ୍ୟକ ସଂଶୋଧନ କରାଯିବ। ଏଥିପାଇଁ ମୃତକଙ୍କ ପରିବାର ଜିଲାସ୍ତରୀୟ କମିଟି ନିକଟରେ ନିଜର ଅଭିଯୋଗ ଦାଖଲ କରିଛି। ରାଜ୍ୟ ସରକାର ଅଭିଯୋଗ ସମାଧାନ କମିଟି ଗଠନ ପୂର୍ବକ ଏହି ସବୁ ଅଭିଯୋଗକୁ ୩୦ଦିନ ମଧ୍ୟରେ ସମାଧାନ କରିବେ। ମୃତ୍ୟୁ ପ୍ରମାଣପତ୍ରରେ ‘ଡେଥ୍‌ ଡ୍ୟୁ ଟୁ କୋଭିଡ୍‌-୧୯’ ଲେଖାଯିବା ଦରକାର। ଏହାଦ୍ବାରା ମୃତକଙ୍କ ପରିବାର ସମସ୍ତ ସରକାରୀ ସହାୟତା ପାଇବାକୁ ହକ୍‌ଦାର ହେବେ। ଅନ୍ୟପକ୍ଷରେ ପ୍ରତି କୋଭିଡ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ହଜାର ଟଙ୍କା ଲେଖାଏଁ
ସହାୟତା ରାଶି ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶଂସା କରିଛନ୍ତି। ବିଚାରପତି ଏମଆର ଶାହା ଓ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ପୀଠ କହିଛନ୍ତି ଯେ ସରକାରଙ୍କ ନିଷ୍ପତ୍ତି କରୋନା ମୃତକଙ୍କ ପରିବାରକୁ କିଛିଟା ଆଶ୍ବସ୍ତି ପ୍ରଦାନ କରିବ। ପୀଠ କହିଛନ୍ତି ଯେ କରୋନା ମହାମାରୀକୁ ମୁକାବିଲା କରିବା ଦିଗରେ ଭାରତ ଯାହା କରିଛି ତାହା ଅନ୍ୟ କୌଣସି ରାଷ୍ଟ୍ର କରିପାରି ନାହାନ୍ତି। ଆର୍ଥିକ ବାଧ୍ୟବାଧକତା, ବିଶାଳ ଜନସଂଖ୍ୟା ଓ ଅନ୍ୟ ସମସ୍ୟା ସତ୍ତ୍ବେ ସରକାର ଅଦାଲତଙ୍କ ନୋଟିସକୁ ଗୁରୁତ୍ବ ଦେଇଛନ୍ତି। ବୁଧବାର କେନ୍ଦ୍ର ସରକାର ଜଣାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତି କରୋନା ମୃତକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories