www.samajalive.in
Monday, December 15, 2025
14.1 C
Bhubaneswar

ଜାମ୍ମୁ କାଶ୍ମୀର ସମ୍ବିଧାନ ଉପରେ ଅଜିତ ଡୋଭାଲଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ସମ୍ବିଧାନ ଉପରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‍ଏସ୍‍ଏ) ଅଜିତ ଡୋଭାଲଙ୍କ ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହାକୁ ଜାମ୍ମୁ କାଶ୍ମୀରର ବହୁ ରାଜନୈତିକ ଦଳ ଏବଂ ସଂଗଠନ ବିରୋଧ କରିଛନ୍ତି। ପ୍ରକାଶ ଯେ ମଙ୍ଗଳବାର ଡୋଭାଲ କହିଥିଲେ ଯେ ଜାମ୍ମୁ କାଶ୍ମୀର ପାଇଁ ଅଲଗା ସମ୍ବିଧାନ ହେବା ସମ୍ଭବତଃ ଏକ ତ୍ରୁଟି ଥିଲା। ସାର୍ବଭୌମତ୍ୱରେ କେବେ ବୁଝାମଣା କରାଯାଇ ହେବନି। ସୁପ୍ରିମକୋର୍ଟରେ ଧାରା ୩୫-ଏ’ର ସାମ୍ବିଧାନିକ ବୈଧତା ନେଇ ଶୁଣାଣି ଚାଲିଥିବାବେଳେ ଡୋଭାଲଙ୍କ ମନ୍ତବ୍ୟକୁ ଜାମ୍ମୁ କାଶ୍ମୀର ରାଜନେତା ବିରୋଧ କରିଛନ୍ତି। ଧାରା ୩୫-ଏ’ରେ ଜାମ୍ମୁ କାଶ୍ମୀର ବାସୀଙ୍କୁ ଏକ ସ୍ୱତନ୍ତ୍ର ଏବଂ କିଛି ବିଶେଷାଧିକାର ପ୍ରଦାନ କରାଯାଇଛି। ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲିଖିତ ଏକ ପୁସ୍ତକର ଉନ୍ମୋଚନ ଉତ୍ସବରେ ଉଦ୍‍ବୋଧନ ଦେଇ ଡୋଭାଲ ଏହା କହିଥିଲେ। ସେ କହିଥିଲେ ଯେ ସାର୍ବଭୌମତ୍ୱକୁ ଦୁର୍ବଳ ଓ ତ୍ରୁଟିପୂର୍ଣ୍ଣ ମାଧ୍ୟମରେ ପରିଭାଷିତ କରାଯାଇ ହେବନି। ତେଣୁ ଜାମ୍ମୁ କାଶ୍ମୀର ପାଇଁ ଅଲଗା ସମ୍ବିଧାନ ସମ୍ଭବତଃ ଏକ ତ୍ରୁଟି ଥିଲା। ଡୋଭାଲଙ୍କ ଏହି ମନ୍ତବ୍ୟକୁ ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ମୁସ୍ତଫା କମାଲ ବିରୋଧ କରିଛନ୍ତି। ସରକାର ଡୋଭାଲଙ୍କ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦିଅନ୍ତୁ, ନଚେତ ଏହାକୁ ସରକାରଙ୍କ ମତ ବୋଲି ଧରାଯିବ ବୋଲି ସେ କହିଛନ୍ତି। ସେହିପରି ପିପିଡି ନେତା ରଫି ଅହମଦ ମୀର ଡୋଭାଲଙ୍କ ଭଳି ଲୋକ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଠିକ୍‍ ନୁହେଁ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories