nua o banner

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ନେଇ ସ୍ଥିତି ଅନୁଧ୍ୟାନ

BJD Bijuli 480×75 Mob

କଂଟାବାଞ୍ଜି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବାରୁ ରାଜ୍ୟ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ସୁଶାନ୍ତ ସିଂ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଜିଲ୍ଲାର ପାଟଣାଗଡ ଟିଟିଲାଗଡ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ କଂଟାବାଞ୍ଜି ଠାରେ ୩ଟି ବ୍ଲକ ଓ କଂଟାବାଞ୍ଜି ସହରାଚଂଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଂଟନ କାର୍ଯ୍ୟକ୍ରମର ବିଜେଡି ନେତୃବର୍ଗଙ୍କ ସହ ଆଲୋଚନା କରି କିଭଳି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଗୁରୁତ୍ୱ ଦେଇଥିଲେ।

ତୁରେକେଲା, ବଙ୍ଗୋମୁଣ୍ଡା, ମୂରିବାହାଲ ଓ କଂଟାବାଞ୍ଜି ସହରାଚଂଳରେ ମନ୍ତ୍ରୀମାନଙ୍କ ଦ୍ୱାରା କାର୍ଡ ବଂଟନ କରାଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ। ଆଜି କଂଟାବାଞ୍ଜିଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ସଂଖ୍ୟାଲଘୁ (ସଂପାଦକ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ), ବିଜେଡି ବରିଷ୍ଠ ନେତା ଅଜୟ ଦାସ, ମୂରିବାହାଲ ବ୍ଲକ ଅଧକ୍ଷ୍ୟ ହଂସ ରାଜ ଜୈନ, ରାଜ୍ୟ ବିଜେଡି ସଂପାଦକ ଅଜିତ୍‍ ଯୋଶୀ, ଜିଲ୍ଲା ସଂପାଦକ ଫିରୋଜ ଖାଁ, ରାଜ୍ୟ ମହିଳା ଉପସଭାପତି ଗୋପା ମହାନନ୍ଦଙ୍କ ସହ ବହୁ ବିଜେଡି କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ପରେ ସଂଧ୍ୟାରେ ବିଜେଡି ଦଳ ତରଫରୁ ସହରରେ ଆସନ୍ତାକାଲିଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପାଇଁ ବ୍ୟାପକ ପ୍ରଚାର କରାଯାଇଥିବା ଦେଖାଯାଇଥିଲା।

Comments are closed.