www.samajalive.in
Saturday, December 13, 2025
18.1 C
Bhubaneswar

ମୁଖ୍ୟ ପ୍ରଶିକ୍ଷକ ହେବାକୁ କୁମ୍ବଲେ, ଲକ୍ଷ୍ମଣଙ୍କୁ ବିସିସିଆଇର ପ୍ରସ୍ତାବ

ନୂଆଦିଲ୍ଲୀ  : ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ। ଟ୍ବେଣ୍ଟି୨୦ ବିଶ୍ବକପ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ବିସିସିଆଇ ଅନୀଲ କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦବୀ ଲାଗି ଆବେଦନ କରିବା ପାଇଁ ପ୍ରସ୍ତାବ ଦେଇପାରେ। ୨୦୧୬-୧୭ରେ କୁମ୍ବଲେ ଏକ ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ ତତ୍‌କାଳୀନ କ୍ରିକେଟ ପରାମର୍ଶଦାତା କମିଟି କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା।

 

- Advertisement -

୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ହାରିବା ପରେ କୁମ୍ବଲେ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ କୁମ୍ବଲେଙ୍କ ସହିତ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ବିସିସିଆଇ ଆବେଦନ କରିବାକୁ ପ୍ରସ୍ତାବ ଦେଇପାରେ। ଉଭ​‌େ​‌ୟ ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ଯଥେଷ୍ଟ କ୍ରିକେଟ ଅଭିଜ୍ଞତା ମଧ୍ୟ ରହିଛି। ଉଭୟଙ୍କ ମଧ୍ୟରୁ କୁମ୍ବଲେ ହିଁ ବିସିସିଆଇର ପ୍ରଥମ ପସନ୍ଦ ରହିଥିବା ଜଣାପଡ଼ିଛି। ସେହିପରି କୌଣସି ବିଦେଶୀ ପ୍ରଶିକ୍ଷକଙ୍କୁ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେବା ନେଇ ବିସିସିଆଇ ଦ୍ବିତୀୟ ବିକଳ୍ପ ରଖିଛି। ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ ପଦ ଲାଗି ଭଲ ରେକର୍ଡର ଅଧିକାରୀ ଥିବା କ୍ରିକେଟରଙ୍କୁ ଅଗ୍ରାଧିକାର ଦେବା ନେଇ ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରିଛି। ଅନ୍ୟପକ୍ଷରେ ମୁଖ୍ୟ ପ୍ରଶିକ୍ଷକ ରହିଥିବା ସମୟରେ ବିସିସିଆଇ କୁମ୍ବଲେଙ୍କ ସହିତ ଯେଉଁଭଳି ବ୍ୟବହାର କରିଥିଲା ସେଥିରେ ସୁଧାର ଆଣିବାକୁ ପ୍ରୟାସ କରିବ ବୋଲି ଜଣାପଡ଼ିଛି। ଟ୍ବେଣ୍ଟି୨୦ ବିଶ୍ବକପ ପରେ ବିରାଟ ଟ୍ବେଣ୍ଟି୨୦ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଭାରତୀୟ ଦଳର ନିର୍ଦେଶକ ଥିବା ରବି ଶାସ୍ତ୍ରୀ ୨୦୧୭ ଜୁଲାଇରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୯ ଆଇସିସି ଦିନିକିଆ ବିଶ୍ବକପ ପର୍ୟ୍ୟନ୍ତ ଶାସ୍ତ୍ରୀଙ୍କ କାର୍ୟ୍ୟକାଳ ରହିଥିଲା। ବିସିସିଆଇ ପୁନର୍ବାର ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରେ ୨୦୨୧ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories