www.samajalive.in
Monday, December 8, 2025
24.1 C
Bhubaneswar

ଅଲିମ୍ପିକ୍‌ସ ପଦକ ବିଜେତାଙ୍କ ଉପହାର ନିଲାମ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍‌ସ ଓ ପାରାଲିମ୍ପିକ୍‌ସ​‌େ​‌ର ପଦକ ବିଜୟୀ କ୍ରୀଡ଼ାବିତ୍‌ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଥିବା ଉପହାର ଗୁଡ଼ିକୁ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଇ-ନିଲାମ ଜରିଆରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ ଅବସରରେ ଅଲିମ୍ପିକ୍‌ସ ଓ ପାରାଲିମ୍ପିକ୍‌ସ ପଦକ ବିଜେତା କ୍ରୀଡ଼ାବିତ୍‌ମାନଙ୍କ ଉପହାର ଇ-ନିଲାମ ଆରମ୍ଭ ହୋଇଛି। ଶନିବାର ଇ-ବିକ୍ରୟର ପ୍ରଥମ ଦିନରେ ୧୧ଜଣ କ୍ରୀଡ଼ାବିତ୍‌ଙ୍କ ଉପହାରରୁ ୧୦ କୋଟି ଟଙ୍କା ଆୟ ହୋଇଛି। ଟୋକିଓ ଅଲିମ୍ପିକ୍‌ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଜାଭେଲିନର ଦାମ୍‌ ୧ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।

 

- Advertisement -

ବ୍ରେସ ପ୍ରାଇସ୍‌ ୧ କୋଟି ଟଙ୍କା ଥିବାବେଳେ ଅଧିକ ମୂଲ୍ୟରେ ବିକ୍ରି ହୋଇଛି। ସେହିପରି ଅଲିମ୍ପିକ୍‌ସରେ ଭାରତ ପାଇଁ ମୁଷ୍ଟିଯୁଦ୍ଧରେ କାଂସ୍ୟ ପଦକ ଜିତିଥିବ​‌ା ଲଭ୍‌ଲିନା ବର୍ଗିହାନଙ୍କ ଗ୍ଲୋଭ୍‌ସ ମଧ୍ୟ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି। ଲଭ୍‌ଲିନାଙ୍କ ଗ୍ଲୋଭସର ବ୍ରେସ ପ୍ରାଇସ୍‌ ୮୦ଲକ୍ଷ ଟଙ୍କା ରହିଥିବାବେଳେ ୧ କୋଟି ୯୨ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ସୁମିତ ଅଣ୍ଟିଲଙ୍କ ଜାଭେଲିନ୍‌ ମୂଲ୍ୟ ୧ କୋଟି ୮ ହଜାର ଟଙ୍କାରେ ନିଲାମ ହୋଇଛି। ଏହାର ମୂଳ ମୂଲ୍ୟ ୧ କୋଟି ଟଙ୍କା ରହିଥିଲା। ସେହିପରି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ଷ୍ଟିକ୍‌ର ମୂଲ୍ୟ ୧ କୋଟି ୧୦୦ଟଙ୍କା​ରେ ନିଲାମ ହୋଇଛି। ଏହାର ମୂଳ ମୂଲ୍ୟ ୮୦ ଲକ୍ଷ ଟଙ୍କା ରହିଥିଲା। ଇ- ନିଲାମରୁ ମିଳିବାକୁ ଥିବା ଟଙ୍କା ଗଙ୍ଗା ମିଶନରେ ଖର୍ଚ୍ଚ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories