nua o banner

ଲଘୁଚାପ ଜନିତ ଲଗାଣ ବର୍ଷା : ସତ୍ୟବାଦୀ ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ

BJD Bijuli 480×75 Mob

ସୁଆଣ୍ଡୋ : ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରୀଜିଲ୍ଲା ସତ୍ୟବାଦୀ ଅଞ୍ଚଳ ଜଳ ମଗ୍ନ ହୋଇ ଯାଇଛି । ଧାନବିଲରେ ଅଣ୍ଟେ ଉଚ୍ଚରେ ପାଣି ଜମି ରହିଛି । ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି । ଜୟପୁର – ସାରଙ୍ଗଯୋଡି ରାସ୍ତାର ତିନୋଟି ଜାଗାରେ ପାଣିର ସୁଅ ଛୁଟିଛି । କେତେକ କଚା ଚାଳ ଛପର ଘରର ମାଟି କାନ୍ଥ ଭୁଷୁଡ଼ି ପଡି ଛି। ଏହା ସହିତ ବିଜୁଳି କାଟ ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି। ସତ୍ୟବାଦୀ ବ୍ଲକ ଅଫିସ ଆଗରେ ବର୍ଷା ପାଣି ଜମି ରହିବା ଯୋଗୁ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି । ଖଟିଖିଆ ଦିନ ମଜୁରିଆମାନେ ଅସୁବିଧା ଭୋଗୁଥିବା ଜଣାପଡିଛି ।

Comments are closed.