www.samajalive.in
Wednesday, December 10, 2025
23.1 C
Bhubaneswar

ଟାଟା ଏ ସି ଗାଡିରୁ ବ୍ୟାଟେରୀ ଚୋରି ; ବ୍ୟାଟେରୀ ଜବତ, ଜଣେ ଗିରଫ 

ବେଗୁନିଆ:  ବାଘମାରୀ ଥାନା ଅନ୍ତର୍ଗତ ପଙ୍ଗ।ରସିଂହ ଗ୍ରାମରୁ ଗତକାଲି ରାତିରେ ଘର ଆଗରେ ଥିବା ଏକ ଟାଟା ଏ ସି ଗାଡିରୁ ସେହି ଗ୍ରାମର ଜଣେ ବ୍ୟକ୍ତି ବ୍ୟାଟେରୀ ଚୋରି କରି ନେଇ ପଳାଉଥିବା ସମୟରେ ଗାଡି ମାଲିକଙ୍କ ସହିତ ଗ୍ରାମବାସୀମାନେ ତାକୁ ଧରି ମାଡ଼ ମାରି ଅଟକ ରଖିଥିଲେ ।ବାଘମାରୀ ପୁଲିସ ଖବର ପାଇ ଘଟଣାସ୍ଥଳରେ ପଂହଁଚି ତାକୁ ଉଦ୍ଧାର କରିବା ସହିତ ତା ଠାରୁ ବ୍ୟାଟେରୀ ଜବତ କରିଛି ।ସମ୍ପୃକ୍ତ ଗ୍ରାମର ବୈକୁଣ୍ଠ ଚମ୍ପତି ଗତକାଲି ରାତିରେ ଗାଡିଟିକୁ ଆଣି ଘର ଆଗରେ ରଖି ଘର ଭିତରକୁ ଯାଇଥିଲେ ।ସେହି ଗ୍ରାମର ବାବୁନି ରାଉତରାୟ ରାତି୧୨ଟାରେ ତାଙ୍କ ଗାଡିରୁ ବ୍ୟାଟେରୀ ଚୋରି କରି ନେଇ ପଳାଉଥିବାବେଳେ ଗ୍ରାମର ବଜୁ ଦାସ ଦେଖି ଗାଡିମାଲିକଙ୍କୁ ଯାଇ କହିଥିଲେ ।ବାବୁନି ତାଙ୍କ ଗାଡି ବ୍ୟାଟେରୀ ନେଇ ଯାଉଥିବାବେଳେ ଗାଡି ମାଲିକ ତାକୁ ସବରସାହି ନିକଟରେ ଧରି ମାଡ ମାରିଥିଲେ ।ବାଘମାରୀ ପୁଲିସକୁ ଫୋନ କରିବା ପରେ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦେଶ କ୍ରମେ ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଘଟଣାସ୍ଥଳରେ ପଂହଁଚି ବାବୁନିକୁ ଉଦ୍ଧାର କରିବା ସହିତ ତାଠାରୁ ବ୍ୟାଟେରୀଟି ଜବତ କରିଥିଲେ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବାବେଳେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୁଲିସ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories