www.samajalive.in
Monday, December 15, 2025
16.1 C
Bhubaneswar

ଶିକ୍ଷାବିତ୍‍ ଭୁବନାନନ୍ଦ ପଟ୍ଟନାୟକଙ୍କ ସ୍ମୃତିଚାରଣ

ଆଠଗଡ: ଆଠଗଡ ସାହିତ୍ୟ ସମାଜର ଅନ୍ୟତମ ପ୍ରତିଷ୍ଠାତା ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗଭୀର ଅନୁରକ୍ତ ବିଶିଷ୍ଟ ଶିକ୍ଷାବିତ୍‍ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ସ୍ୱର୍ଗତ ଭୁବନାନନ୍ଦ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି ଅବସରରେ ତାଙ୍କର ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ଥାନୀୟ ଶ୍ରୀରାମ ପ୍ୟାଲେସ ମଣ୍ଡପଠାରେ ଶୁକ୍ରବାର ଆଠଗଡ ସାହିତ୍ୟ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ।

ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଏଥିରେ ସଭାପତିତ୍ୱ କରି ସ୍ୱର୍ଗତ ପଟ୍ଟନାୟକଙ୍କର ଆଠଗଡ ଅଞ୍ଚଳରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‍ ପାରେଶ୍ୱର ଜେନା, ଆଇନଜୀବୀ ଅଦ୍ୱୈତଚରଣ ପଣ୍ଡା, ପୂର୍ବତନ ବିଚାରପତି ଚିତ୍ତ ରଞ୍ଜନ ଦାଶ ପ୍ରମୁଖ ଉଦ୍‍ବୋଧନ ଦେଇ ଶିକ୍ଷାଦାନ ସହିତ ହଜାର ହଜାର ପିଲାଙ୍କୁ ମଣିଷ ପରି ମଣିଷ କରି ଗଢିତୋଳିବାରେ ଭୁବନାନନ୍ଦ ବାବୁଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ସେଥିପାଇଁ ସେ ଇହଧାମ ତ୍ୟାଗ କରିଥିଲେ ମଧ୍ୟ ହଜାର ହଜାର ପୁରାତନ ଛାତ୍ରଛାତ୍ରୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କୁ ଭଲପାଉଥିବା ସ୍ୱର୍ଗତ ପଟ୍ଟନାୟକ ଡଃ ରଥଙ୍କର ପରଲୋକ ପରେ ତାଙ୍କ ସ୍ମୃତି ଏଠାରେ ଡଃ ରାଧାନାଥ ରଥ ସ୍ମୃତି କମିଟି ଗଠନ କରି ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ବୋଲି ବକ୍ତାମାନେ ସୂଚନା ଦେଇଥିଲେ।

- Advertisement -

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଜୟ ମହାନ୍ତି, ଶିକ୍ଷାବିତ୍‍ ଡକ୍ଟର ଦାମୋଦର ମହାପାତ୍ର, ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ କୁମାର ପଟ୍ଟନାୟକ, ଶିକ୍ଷାବିତ୍‍ ସୁରେଶ କୁମାର ପରିଡା, ଡାକ୍ତର ଭୁବନାନନ୍ଦ ଦାସ, ସାହିତ୍ୟିକ ସରୋଜ ମହାନ୍ତି, ବିଷ୍ଣୁଚରଣ ଦାସ, ସ୍ୱରାଜଲକ୍ଷ୍ମୀ ଦାସ, ପୁଲିନ ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଲି ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଜରୁରୀ କାର୍ଯ୍ୟବଶତଃ ଆସିନପାରି ବାର୍ତ୍ତା ଯୋଗେ ସ୍ୱର୍ଗତ ପଟ୍ଟନାୟକଙ୍କର ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ସେହପରି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବିଭୁତି ଭୂଷଣ ମିଶ୍ର ଓ ବିଜେପିନେତା ବ୍ରଜେନ୍ଦ୍ର କୁମାର ରାୟ ପ୍ରମୁଖ ସେଠାରେ ପହଞ୍ଚି ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ସାହିତ୍ୟ ସମାଜର ସଂପାଦକ ଲଲାଟେନ୍ଦୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ବଡପୁଅ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ଓ ଅନ୍ୟ ପୁଅ ଆଲୋକ, ମନୋଜ, ସରୋଜ ଏବଂ ଓ ସ୍ୱର୍ଗତ ପଟ୍ଟନାୟକଙ୍କ ସାନଭାଇ ସଚ୍ଚିଦାନନ୍ଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories