www.samajalive.in
Monday, December 15, 2025
17.1 C
Bhubaneswar

ଲାଞ୍ଜିଗଡ ବ୍ଲକ ପ୍ରଶାସନର ନିଜସ୍ୱ ଅଭିଯାନ ମିଶନ ସୂର୍ଯ୍ୟୋଦୟ ସଫଳ; ଦାଦନ ନ ଯାଇ ମନରେଗାରେ କାମ କଲେ ଶ୍ରମିକ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଲୋକେ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ବିକଳାଙ୍ଗ ଓ ଶବ ହୋଇ ଘରକୁ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ପ୍ରଶାସନ ଏକ ନିଜସ୍ୱ ଅଭିଯାନ ମିଶନ ସୂର୍ଯ୍ୟୋଦୟ ଆରମ୍ବ କରିଛନ୍ତି। ଏହି ଅଭିଯାନରେ ପଞ୍ଚାୟତ ଓ ବ୍ଲକ କର୍ମଚାରୀମାନେ ସୂର୍ଯ୍ୟୋଦୟ ନ ହେବା ପୂର୍ବରୁ ଗାଁକୁ ଯାଇ ଲୋକଙ୍କୁ ଡାକି ମନରେଗା କାମରେ ନିୟୋଜିତ କରୁଛନ୍ତି ଓ ଗାଁରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଏଣିକି ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ପଡ଼ିବ ନାହିଁ। ଗାଁରେ ମିଳୁଛି ମନରେଗା ଯୋଜନାରେ କାମ। ସପ୍ତାହକୁ ସପ୍ତାହ ମିଳିବ ମଜୁରୀ। ଶ୍ରମିକଙ୍କୁ ଏଭଳି ସଚେତନତା କରୁଛନ୍ତି ଲାଞ୍ଜିଗଡ ବ୍ଲକ ପ୍ରଶାସନ।

ଲାଞ୍ଜିଗଡ ବ୍ଲକ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ସକାଳ ୫ଟାରୁ ବାହାରୁଛିି ୧୦ ଗୋଟି ମିଶନ ସୂର୍ଯ୍ୟୋଦୟ ରଥ। ଏହି ରଥ ପ୍ରତିଦିନ ସୂର୍ଯ୍ୟୋଦୟ ନହେବା ଆଗରୁ ଲାଞ୍ଜିଗଡ ବ୍ଲକର ବିଭନ୍ନ ଗାଁକୁ ଯାଇ ଲୋକଙ୍କୁ ମନରେଗା କାମରେ ନିୟୋଜିତ କରୁଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯନ୍ତ୍ରୀ ଓ ଗାଁ ସାଥି ଗାଁରେ ରହି କାମ କରାଉଛନ୍ତି। ବିଡ଼ିଓ ନିଜେ ପ୍ରତେକ ଗାଁକୁ ଯାଇ କାମ ତଦାରଖ କରୁଛନ୍ତି। ବର୍ତ୍ତମାନ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତରେ ମନରେଗା ଯୋଜନାରେ ୫୧୭ ଗୋଟି ପ୍ରକଳ୍ପରେ କାମ ଚାଲୁଥିବା ବେଳେ ୩୧ ହଜାର ଜବକାର୍ଡ଼ ଧାରୀ ମଧ୍ୟରୁ ୧୨ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କାମ କରୁଛନ୍ତି। କାମ ନପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ବ୍ଲକ ପ୍ରଶାସନର ଏହି ମିଶନ ସୂର୍ଯ୍ୟୋଦୟ ଶ୍ରମିକଙ୍କୁ ସହାୟକ ହେବ ବୋଲି ଆଶା କରାଯାଉଛି। ବ୍ଲକ ପ୍ରଶାସନର ନିଜସ୍ୱ ଅଭିଯାନ ମିଶନ ସୂର୍ଯ୍ୟୋଦୟ ରଥ ବ୍ଲକର ବିଶ୍ୱନାଥପୁର, ମାଳିଯୁବାଙ୍ଗ, ଲାଖବାହାଲି, ବେନଗାଁ, କାନକୂଟ୍ରୁ, ବେଡାଗାଁ, କୁମଖାଲ, ବିଜେପୁର ଆଦି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ସଚେତନତା ସୃଷ୍ଟି କରୁଥିବା ବେଳେ ଦାଦନ ଚାଲାଣ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ମିଶନ ସୂର୍ଯ୍ୟୋଦୟ ରଥକୁ ଗାଁମାନଙ୍କରେ ଖୁସିର ସହିତ ବନ୍ଧାପନା ଓ ଘଣ୍ଟ ବଜାଇ ସ୍ୱାଗତ କରାଯାଉଛି। ନିଜସ୍ୱ ଅଭିଯାନ ସୂର୍ଯ୍ୟୋଦୟ କେବଳ ମନରେଗା ଯୋଜନା ନୁହଁ। ଗାଁ ମାନଙ୍କରେ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗାଁର ବିଭିନ୍ନ ସମସ୍ୟାକୁ ନେଇ କାମ କରିବ। ଲୋକଙ୍କୁ ବ୍ଲକକୁ ଦୌଡ଼ିବାକୁ ପଡିବ ନାହିଁ।ପଞ୍ଚାୟତ ଓ ବ୍ଲକର ସମସ୍ତ କର୍ମଚାରୀ ଗାଁକୁ ଯାଇ ସବୁ ସମସ୍ୟାର ସମାଧାନ କରିବେ ବୋଲି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଥିବା ବେଳେ ଶ୍ରମିକ ମହଲରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି ମିଶନ ସୂର୍ଯ୍ୟୋଦୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories