www.samajalive.in
Tuesday, December 9, 2025
15.1 C
Bhubaneswar

ଟ୍ରକ-କାର ଧକ୍କା ; ୫ ମୃତ , ୨ ଶିଶୁ ଗୁରୁତର

ଗାଜିୟାବାଦ : ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ଶିଶୁ,୨ ମହିଳା ମଧ୍ୟ ରହିଛନ୍ତି।
ସୂଚନା ଯୋଗ୍ୟ, ଏହି ଦୁର୍ଘଟଣା ହରିଦ୍ୱାର ଠାରୁ ଗାଜିୟାବାଦ ରାସ୍ତାରେ ଘଟିଛି। କାରରେ ଗୋଟିଏ ପରିବାର ଲୋକେ ଯାତ୍ରା କରୁଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ମକନପୁର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।
ଉକ୍ତ ପରିବାର ପିଲାମାନଙ୍କୁ ମୁଣ୍ଡନ ( କେଶ ପକାଇବା) କରି କାରରେ ଫେରୁଥିବା ସମୟରେ ବିଳମ୍ବିତ ରାତି ୧ଟାରେ ମସୁରୀ ଥାନା ଅନ୍ତର୍ଗତ ଦିଲ୍ଲୀ ମେରଠ ଏକ୍ସପ୍ରେସୱେରେ ଭୁଲ ଦିଗରେ ଯାଉଥିବା ଟ୍ରକ ସହ କାରର ଧକ୍କା ହୋଇଥିଲା। କାରରେ ଗୋଟିଏ ପରିବାରର ୭ ଜଣ ଯାତ୍ରା କରୁଥିଲେ। ସଭିଏଁ ଗାଜିୟାବାଦର ମକରପୁରର ଗାଁର ବାସିନ୍ଦା। ମୃତକଙ୍କ ପରିବାରକୁ ଦୁର୍ଘଟଣା ବିଷୟରେ ପୁଲିସ ଖବର ଦେବା ପରେ ଶୋକର ଛାୟା ଖେଳିଯାଇଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories