www.samajalive.in
Monday, December 15, 2025
17.1 C
Bhubaneswar

ପ୍ରମୋଦ ମୋ ଉପରକୁ ଡେଇଁପଡ଼ିବେ ବୋଲି ଭାବିନଥିଲି: ଗୌରବ

ନୂଆଦିଲ୍ଲୀ : ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍‌ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବ ମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରିନଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି। ଟୋକିଓ ପାରାଲିମ୍ପିକ୍‌ସରେ ବ୍ୟାଡ୍‌ମିଣ୍ଟନ ପଦାର୍ପଣ କରିଥିଲା। ଏଥିରେ ଭାରତର ୭ ଜଣ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପଦକ ଜିତିଛନ୍ତି। ପ୍ରମୋଦ ଭଗତ ଓ କ୍ରିଷ୍ଣା ନାଗର ସ୍ବର୍ଣ୍ଣପଦକ ଜିତିଥିବା ବେଳେ ଆଇଏଏସ୍‌ ଅଧିକାରୀ ସୁହାସ ଯତିରାଜ ରୌପ୍ୟ ଏବଂ ପ୍ରମୋଦଙ୍କ ଘନିଷ୍ଠ ବନ୍ଧୁ ମନୋଜ ସରକାର ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଏହା ଉଭୟ ପ୍ରମୋଦ ଓ ଗୌରବଙ୍କ ପାଇଁ ଭାବାତ୍ମକ ଥିଲା। ଏହି ମୁହୂର୍ତ୍ତ ଗୌରବଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି, ମୁଁ କଦାପି ଏହାକୁ ବର୍ଣ୍ଣନା କରିପାରିବି ନାହିଁ। ମ୍ୟାଚ ଜିତିବା ପରେ ପ୍ରମୋଦ ଯେଉଁଭଳି ଭାବେ ଡେଇଁଲେ ମୁଁ କଦାପି ଆଶା କରିନଥିଲି। ଏମିତି ଡେଇଁକି କୁଣ୍ଢାଇବା ମୋତେ ଭାବବିହ୍ବଳ କରିଦେଇଥିଲା ବୋଲି ଗୌରବ କହିଛନ୍ତି । ପ୍ରମୋଦ ଓ ମନୋଜ ହେଉଛନ୍ତି ଦୁଇ ଯୁଗଳ ଯୋଡ଼ି। ପାରାଲିମ୍ପିକ୍‌ସରେ ଉଭୟେ ପଦକ ଜିତିବା ଏହାଠାରୁ ଆଉ କଣ ବଡ ଉପହାର ହୋଇପାରେ ବୋଲି ଗୌରବ କହିଛନ୍ତି। ପ୍ରଶାସନିକ ଅଧିକାରୀ ସୁହାସ ଯତିରାଜ ମଧ୍ୟ ମୋ ଛାତ୍ର। ତାଙ୍କୁ ମଧ୍ୟ ମଁୁ ଆବିଷ୍କାର କରିଥିଲି। ପଦକ ଏକ ଅନନ୍ୟ ଉପଲବ୍ଧି। ଏହା ସମ୍ପତ୍ତି ସଦୃଶ। ଏମାନଙ୍କ ନିକଟରୁ ମୁଁ ଯେଉଁ ଭଲ ପାଇବା ପାଇଛି ଏହା ମୋ ପାଇଁ ବହୁତ ବଡ କଥା। ଆମେ ଏପରି ଏକ ଦୁନିଆ ଗଠନ କରିଛୁ ଯେଉଁଠାରେ ଭଲପାଇବା ଓ ମାନବିକତା ଭରପୂର ରହିଛି ବୋଲି ଗୌରବ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories